Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଭାରତୀୟ କମ୍ପାନୀଙ୍କ ଚୀନ୍ ପ୍ରୀତି : ବଜାଜ ଫାଇନାନ୍ସରେ ନିବେଶ କଲା ଚାଇନାର ସରକାରୀ ବ୍ୟାଙ୍କ୍

21/09/2020 at 4:59 PM

ନୂଆଦିଲ୍ଲୀ, ୨୧ ।୦୯:  ଚୀନର ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ୍ ପରେ ଏବେ ବଜାଜ ଫାଇନାନ୍ସରେ ନିବେଶ କରିଛି । ବଜାଜ ଫାଇନାନ୍ସରେ ଚୀନ୍ ବ୍ୟାଙ୍କ୍ ୧ ପ୍ରତିଶତରୁ କମ୍ ଅଂଶଧନ ରହିଛି ।

ବ୍ୟାଙ୍କର ଅଂଶଧନ ୧ ପ୍ରତିଶତରୁ କମ୍ ହେବା କାରଣରୁ ଷ୍ଟକ୍ ଏକ୍ସଚେଞ୍ଜରେ ଏବାବଦରେ କୌଣସି ସୂଚନା ଦିଆଯାଇ ନାହିଁ । ବିଶେଷଜ୍ଞଙ୍କ କହିବାନୁସାରେ, ଏହି ୩  ସଂସ୍ଥାରେ ଚୀନ୍ ବ୍ୟାଙ୍କର ଅଂଶଧନ ବହୁତ କମ୍ ଅଛି । ତେଣୁ କୌଣସି ବିପଦ ନାହିଁ ।

ଏହା ଚୀନ୍ ସରକାରୀ ବ୍ୟାଙ୍କର ଭାରତରେ ତୃତୀୟ ନିବେଶ ଅଟେ । ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ଏଚଡିଏଫସି ଲିମିଟେଡରେ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ନିଜ ଅଂଶଧନ ୧ ପ୍ରତିଶତରୁ ଅଧିକ କରିଥିଲା । ଯାହାକୁ ନେଇ ଅନେକ ଚର୍ଚ୍ଚା ଓ ବିବାଦ ହୋଇଥିଲା ।

ସୂଚନାଯୋଗ୍ୟ, ଭାରତରେ ଚୀନ୍ କମ୍ପାନୀର ନିବେଶକୁ ନେଇ କୌଣସି ପ୍ରତିବନ୍ଧକ ନାହିଁ ।  କିନ୍ତୁ ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଚୀନର ନିବେଶକୁ ବିରୋଧ କରାଯାଉଛି । ବିଶେଷଜ୍ଞଙ୍କ କହିବାନୁସାରେ, ଚୀନ କମ୍ପାନୀ ପାଖରେ ଅଧିର ଅର୍ଥ ରହିଛି । ତେଣୁ ସେମାନେ ଭାରତ ତଥା ଅନ୍ୟ ଦେଶରେ ନିବେଶ କରିବାକୁ ଚାହୁଁଛନ୍ତି ।

   Related Posts