Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଆଫଗାନିସ୍ତାନରେ ଆମେରିକୀୟ ସୈନିକଙ୍କୁ ଆକ୍ରମଣ ଲାଗି ଆତଙ୍କବାଦୀଙ୍କୁ ଚାନ୍ଦା ଦେଉଛି ଚୀନ୍?

1/01/2021 at 9:12 PM

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଇନ୍ଦା ସୂଚନା ନେଇ ଗଣମାଧ୍ୟମକୁ ଦେଇଥିବା ସୂଚନା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏଥିରେ ଆଫଗାନିସ୍ତାନରେ ଆମେରିକୀୟ ସୈନ୍ୟଙ୍କୁ ଆକ୍ରମଣ ଲାଗି ଚୀନ୍‌ ବିଦ୍ରୋହୀଙ୍କୁ ଚାନ୍ଦା ଦେଉଥିବାର ଗୁଇନ୍ଦା ସୂଚନାକୁ ଆଧାର କରି ଟ୍ରମ୍ପ କହିଛନ୍ତି। ତେବେ ସୂଚନା ଆଧାରରେ ରାଷ୍ଟ୍ରପତିଙ୍କ ଅଭିଯୋଗ ସତ୍ୟ କି ନୁହେଁ ତାହା କିନ୍ତୁ ଏପର୍ଯ୍ୟନ୍ତ ଅପୁଷ୍ଟ ରହିଛି।

ସିଆଏଙ୍କ ଏକ ଆକଳନରୁ ଏଭଳି ଆକ୍ରମଣ ଲାଗି ଋଷିଆ ପାଣ୍ଠି ଦେଉଥିବା ଆଶଙ୍କା କରାଯାଇଥିଲା। ତେବେ ୧୭ ଡିସେମ୍ବରରେ ରାଷ୍ଟ୍ରପତିଙ୍କ ଏହି ସୂଚନାର ଅନେକ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରେଇନ୍‌ ସମାନପ୍ରକାର ସୂଚନା ଦେଇଥିଲେ ହେଁ ପଛରେ ଚୀନ୍‌ର ହାତ ଥିବା ନେଇ ସେପରି କିଛି ଦାବି କରିନଥିଲେ।

ଚୀନ ଉପରେ ଟ୍ରମ୍ପ ପ୍ରଶାସନର ଚାପ କ୍ରମଶଃ ବଢିବଢି ଚାଲିଛି। ଏପରିକି ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଜନ ରାଟ୍‌କ୍ଲିଫ ମଧ୍ୟ ଚୀନ୍‌ ଉପରେ ଅଧିକ ଚାପ ପକାଇବାକୁ କହୁଛନ୍ତି। ତେବେ ବାଇଡେନଙ୍କ ସରକାର କ୍ଷମତାକୁ ଆସିବା ପରେ ବେଜିଂ ଉପରେ ଆମେରିକା ପ୍ରଶାସନର ଚାପ ହ୍ରାସ ହେବ ବୋଲି ଆକଳନ କରାଯାଉଛି। ଆମେରିକା ଲାଗି ଋଷିଆ ଏବେବି ଏକ ବଡ ଆହ୍ୱାନ, ହେଲେ ଟ୍ରମ୍ପ ପ୍ରଶାସନ ସବୁ ଦୋଷ ଚୀନ୍‌ ଉପରେ ମଡେଇବାରେ ଲାଗିଛନ୍ତି।

ଆମେରିକା ଉପରେ ହୋଇଥିବା ସାଇବର ଆକ୍ରମଣ ଲାଗି ମାଇକ୍‌ ପମ୍ପେୟୋ ଋଷିଆ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ହେଲେ ରାଷ୍ଟ୍ରପତି ଟ୍ରମ୍ପ ଏହା ବେଜିଂର କାମ ହୋଇଥାଇପାରେ ବୋଲି କହିଥିଲେ। କାରଣ ଆମେରିକୀୟ ଗଣମାଧ୍ୟମ ଚୀନ୍‌ ସମ୍ପର୍କରେ କୌଣସି ଆଲୋଚନା ଲାଗି ଆଗ୍ରହୀ ଥିବା ପରି ମୋର ମନେ ହୁଏନା ବୋଲି ଟ୍ରମ୍ପ କହିଥିଲେ। ତେବେ ଚାନ୍ଦା ନେଇ ଏକ୍ସିୟସ ରିପୋର୍ଟରେ କିଏ କାହାକୁ ଦେଉଛି ଓ ଅର୍ଥନେଇ କେଉଁଠାରେ ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ କରାଯାଇଛି ସେ ନେଇ କୌଣସି ସମର୍ଥିତ ସୂଚନା ମଧ୍ୟ ମିଳି ନାହିଁ। ଏଣୁ ହ୍ୱାଇଟ ହାଉସ୍ କର୍ତ୍ତୃପକ୍ଷ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ମଧ୍ୟ କରିନାହାନ୍ତି କି ଅପୁଷ୍ଟ ରିପୋର୍ଟ ନେଇ ନିଜକୁ ବିବାଦରୁ ଦୂରେଇ ରଖିଛନ୍ତି।

   Related Posts