G-4 ସ୍ୱାଇନ୍ ଫ୍ଲୁ ଭାଇରସ୍ ଘୁଷୁରୀଙ୍କୁ ମାରୁଛି, କିନ୍ତୁ ମଣିଷଙ୍କୁ ସହଜରେ ସଂକ୍ରମଣ କରିପାରେ ନାହିଁ, ଭୟଙ୍କର ଭୂତାଣୁ ନେଇ ଆଶ୍ୱାସନା ଦେଲା ଚୀନ

Published By : Prameya-News7 Bureau | July 04, 2020 IST

ବେଜିଂ, ୦୪|୦୭:  ଗତ କିଛିଦିନ ତଳେ ଚୀନରେ G-4 ନାମକ ଏକ ନୂଆ ଭାଇରସ ଚିହ୍ନଟ ହୋଇଥିଲା । ଏହା ଘୁଷୁରୀଙ୍କ ଶରୀରରେ ଠାବ ହୋଇଥିବା ବେଳେ ଏହାକୁ ସ୍ୱାଇନ୍ ଫ୍ଲୁର ଏକ ନୂଆ ରୂପ ବୋଲି କୁହାଯାଇଥିଲା । କିନ୍ତୁ ଏହି ଭାଇରସ ନୂଆ ନୁହେଁ ବୋଲି କହିଛି ଚୀନ୍‌ର କୃଷି ଏବଂ ଗ୍ରାମୀଣ ମନ୍ତ୍ରାଳୟ କହିଛି । ଏହା ପଶୁଙ୍କଠାରୁ ମଣିଷଙ୍କୁ ବ୍ୟାପିନଥାଏ ବୋଲି ମନ୍ତ୍ରାଳୟ କହିଛି ।

ମନ୍ତ୍ରାଳୟର କହିବାନୁସାରେ, ଏହି ଭାଇରସର ଉପରେ ରିସର୍ଚ୍ଚ କରାଯାଇଛି । ତେବେ ଏହା ମଣିଷ ଶରୀରରୁ ସଂକ୍ରମିତ ହେବାର କୌଣସି ପ୍ରମାଣ ନାହିଁ । G-4 ଭାଇରସ ତରଫରୁ ସେତେଟା କିଛି ବିପଦ ନାହିଁ ।

ସୂଚନାଯୋଗ୍ୟ, ଚୀନରେ ଆଉ ଏକ ନୂଆ ଭାଇରସ୍ ମୁଣ୍ଡ ଟେକିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଭାଇରସକୁ ପ୍ରାଣଘାତୀ ବୋଲି କୁହାଯାଉଛି । ଏବେ ସାରା ବିଶ୍ବ କରୋନା ମହାମାରୀରୁ ରକ୍ଷା ପାଇପାରିନଥିବା ବେଳେ ଚୀନ୍‌ର ବୈଜ୍ଞାନିକମାନେ ଏକ ନୂଆ ପ୍ରକାରର ସ୍ବାଇନ୍ ଫ୍ଲୁ ଚିହ୍ନଟ କରିଥିଲେ । ଯାହା ମହାମାରୀର ରୂପ ନେବାକୁ ସକ୍ଷମ ଅଟେ ବୋଲି ଜଣାପଡିଛି । ଆମେରିକାର ବିଜ୍ଞାନ ପତ୍ରିକା PNASରେ ସୋମବାର ପ୍ରକାଶିତ ଏକ ଷ୍ଟଡିରେ ଏହା କୁହାଯାଇଥିଲା । ଏହାର ନାମ G-4 । ଏହା ଜେନେଟିକ୍ ଭାବରେ H1N1 ର ଏକ ପ୍ରକାର ଯାହା ୨୦୦୯ରେ ମହାମାରୀର କାରଣ ହୋଇଥିଲା ​​।

ଏହି ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲ୍ୟୁଏଚଓ କହିଥିଲା ଯେ, ଏହି ଭାଇରସ ଘୁଷୁରୀ ଶରୀରରୁ ସଂକ୍ରମିତ ହେଉଛି । ଏହି ଷ୍ଟଡି ଉପରେ ଅନୁଧ୍ୟାନ କରାଯାଉଛି । ଏହି ଭାଇରସକୁ ନେଇ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ବର୍ତ୍ତମାନର ପରିସ୍ଥିତି ଓ ଆସୁଥିବା ସମ୍ଭାବ୍ୟ ବିପଦକୁ ନଜରରେ ରଖାଯାଇଛି ।

ତେବେ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଥିଲା ଯେ, ଏହି ନୂଆ ଭାଇରସ ପ୍ରତିଦିନ ଦ୍ରୁତ ଗତିରେ ବ୍ୟାପୁଛି । ଏହାକୁ ଅତି ଗଭୀରତାର ସହ ଅନୁଧ୍ୟାନ କରିବା ଉଚିତ । ଏହାସହ କେତେ ସଂଖ୍ୟକ ପଶୁ ସଂକ୍ରମିତ ହୋଇଛନ୍ତି ତାହା ଉପରେ ନଜର ରଖିବା ଦରକାର ଯେପରି ସଂକ୍ରମଣକୁ ରୋକାଯାଇ ପାରିବ ।  ଏହାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.