ଉଗ୍ରବାଦୀ ସଂଗଠନକୁ ପାଳୁଛି ପୋଷୁଛି ଚୀନ୍‌: ଅର୍ଥ, ଅସ୍ତ୍ର ଏବଂ ଯୋଗାଉଛି ବଳ, ଧମାକା କରିବା ଲକ୍ଷ୍ୟରେ ଡ୍ରାଗନ

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଲୀ, ୧୪/୧୧: ମଣିପୁରରେ ଆସାମ ରାଇଫଲର ଯବାନଙ୍କ ଉପରେ ଆତଙ୍କୀ ହମ୍‌ଲା ପରେ ପୂର୍ବ-ଉତ୍ତରରେ ଉଗ୍ରବାଦୀଙ୍କ ଚ୍ୟାଲେଞ୍ଜକୁ ନେଇ ଏବେ ହାଇ ଆଲର୍ଟରେ ଏଜେନ୍ସି । ସୁରକ୍ଷା ଏଜେନ୍ସି ଉଗ୍ରବାଦୀଙ୍କ କାର୍ଯ୍ୟକଳପ ତଥା ଗତିବିଧି ଉପରେ ତୀକ୍ଷ୍ନ ନଜର ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ୨୦ରୁ ଅଧିକ ଉଗ୍ରବାଦୀ ସଂଗଠନ ପୂର୍ବତ୍ତୋରରେ ସକ୍ରିୟ ରହିଛନ୍ତି। ପିଏଲଏ ସହିତ ଅଧ ଡର୍ଜନରୁ ଅଧିକ ସଂଗଠନ ମଣିପୁରରେ ରହିଥିବା ବେଳେ ସେମାନଙ୍କ ଉପରେ ନଜର ରଖିଛି ଏଜେନ୍ସି ।

ଏଜେନ୍ସିକୁ ଆଶଙ୍କା ରହିଛି ଯେ ଚୀନ୍‌ର ସହାୟତା ନେଇ ଏହି ଆତଙ୍କୀ ସଂଗଠନ ପୁଣି କିଛି ନୂଆ କାଣ୍ଡ ଭିଆଇବ । ମିଆଁମାରେ କିଛି ଉଗ୍ରବାଦୀ ଗୋଷ୍ଠୀଙ୍କ ଆଡ୍ଡା ରହିଥିବା ଜଣାପଡ଼ିଛି । ଯେଉଁମାନେ କି ପୂର୍ବୋତ୍ତର ଅଞ୍ଚଳରେ ହିଂସା କରିବା ପାଇଁ ଯୋଜନା କରୁଛନ୍ତି । ଏହାଛଡ଼ା ସେମାନଙ୍କର ଚିନ୍‌ ସହିତ କନେକ୍ସନ ମଜବୁତ୍‌ ରହିଛି । ସୂତ୍ର ଅନୁସାରେ, କିଛି ସଂଗଠନ ମିଆଁମାରୁ ଯାଇ ଚୀନ୍‌ ଇଲାକାରେ ଡେରା ପକାଇଛନ୍ତି । ମଣିପୁରରେ ପିଏଲଏର ଚୀନ୍‌ ସହିତ ମଜବୁତ୍‌ ସଂପର୍କ ରହିଛି ।

ସୂତ୍ରରୁ ପ୍ରକାଶ ଯେ, ବର୍ତ୍ତମାନ ଉଗ୍ରବାଦୀ ଗୋଷ୍ଠୀର ଅବସ୍ଥା ବହୁତ ବଦଳିଛି। ସେମାନେ ଆଉ ପୂର୍ବ ପରି ବିପଦପୂର୍ଣ୍ଣ ନୁହଁନ୍ତି । ତେବେ ନୂଆ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ କୌଣସି ବିପଦ ନେବାକୁ ଚାହୁଁନାହାଁନ୍ତି। ସୂଚନାନୁସାରେ, ପୂର୍ବରୁ ଗୁଇନ୍ଦା ଏଜେନ୍ସିମାନେ ସୂଚନା ପାଇଥିଲେ ଯେ ମିଆଁମାର ସୀମାରେ ସଶସ୍ତ୍ର ମାଓବାଦୀ ଗୋଷ୍ଠୀ ଚୀନ୍ ସେନାର ସହାୟତା ନେଉଛନ୍ତି। ସେ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହିତ ସେମାନଙ୍କ ସଦସ୍ୟଙ୍କୁ ଲୁଚାଇବା ସ୍ଥାନ ଯୋଗାଉଛନ୍ତି । ତେବେ ଚୀନ୍ ଏହାକୁ ଅସ୍ୱୀକାର କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.