Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମୋଦିଙ୍କୁ ଜିନପିଙ୍ଗଙ୍କ ପତ୍ର ପରେ କରୋନା ପରିସ୍ଥିତି ନେଇ ଜୟଶଙ୍କରଙ୍କ ସହ ଟେଲିଫୋନରେ କଥା ହେଲେ ଚୀନ୍ ବୈଦେଶିକ ମନ୍ତ୍ରୀ

30/04/2021 at 9:47 PM

ନୂଆଦିଲ୍ଲୀ ୩୦।୪:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ପତ୍ର ପରେ ବୈଦେଶିକ ମନ୍ତ୍ରୀ ୱାଙ୍ଗ ଇ ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ବୈଦେଶିକ ମନ୍ତ୍ରୀ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏହି ସୂଚନା ଦେଇଛନ୍ତି। ଆଲୋଚନାରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଭାରତରେ କୋଭିଡ-୧୯ ଯୋଗୁ ଉପୁଜିଥିବା ପରିସ୍ଥିତି ଲାଗି ଗଭୀର ସହାନୁଭୂତି ଜ୍ଞାପନ କରିଛନ୍ତି।

କଥାବାର୍ତ୍ତାରେ ସାର୍ବଜନିକ ସ୍ୱାସ୍ଥ୍ୟ ଲାଗି ଉପୁଜିଥିବା ସଂକଟରେ ପାରସ୍ପରିକ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଯୋଗାଣ ଶୃଙ୍ଖଳା ଅବ୍ୟହତ ରଖିବା ଲାଗି ବିମାନ କ୍ଷେତ୍ର ଉନ୍ମୁକ୍ତ ରଖିବାକୁ ପରାମର୍ଶ ଦେଇଛନ୍ତି। ଏହାର ଜବାବରେ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଭାରତ ବିମାନ ସେବା ଉନ୍ମୁକ୍ତ କରିବ ବୋଲି ଜୟଶଙ୍କର ଚୀନ ପ୍ରତିପକ୍ଷଙ୍କୁ କହିଛନ୍ତି। ଏହି କଥାବାର୍ତ୍ତା କାଳରେ ସୀମା ସମ୍ପର୍କରେ ମଧ୍ୟ ଦୁଇ ନେତା ଆଲୋଚନା କରିଛନ୍ତି। ସେମାନେ ମସ୍କୋ ରାଜିନାମା ଲାଗୁ କରିବା ଓ ପୂର୍ବ ଲଦ୍ଦାଖରେ ଶାନ୍ତି ସ୍ଥାପନା ନିମନ୍ତେ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ୱରେ ସେନା ପ୍ରତ୍ୟାହାର ଶେଷ କରିବା ନେଇ ମଧ୍ୟ କଥା ହୋଇଛନ୍ତି। ତେବେ ଏ ନେଇ ଆଲୋଚନା ଜାରି ରଖିବାକୁ ସେମାନେ ସହମତ ହୋଇଛନ୍ତି।

କେବଳ ଚୀନ୍‌ ବୈଦେଶିକ ମନ୍ତ୍ରୀ ନୁହନ୍ତି ଆମେରିକା ବୈଦେଶିକ ସଚିବ ଏଣ୍ଟନି ବ୍ଲିଙ୍କନ ମଧ୍ୟ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି।  କୋଭିଡ-୧୯ରେ ଭାରତ-ଆମେରିକା ସମ୍ପର୍କ ଆହୁରି ମଜଭୁତ କରିବାକୁ ସେ କହିଥିବା ବେଳେ ଅତୀତରେ ଆମେରିକାକୁ ଭାରତର ସହାୟତା ନେଇ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତ ଲାଗି ଆମେରିକାର ପ୍ରଥମ ଜରୁରିକାଳୀନ ସହାୟତା ଶୁକ୍ରବାର ପହଞ୍ଚିଛି। ଏହା ଛଡା ଭାରତରେ ଉପୁଜିଥିବା ପରିସ୍ଥିତିରେ ଆମେରିକୀୟ ଉଦ୍ୟୋଗ, ଏନଜିଓ ଏବଂ ନାଗରିକଙ୍କ ସହଯୋଗ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। କରୋନା ମହାମାରୀ ଜନିତ ସଂକଟରେ ଭାରତ ଲାଗି ବ୍ଲିଙ୍କନ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଜୟଶଙ୍କରଙ୍କ ସହ ସମ୍ପର୍କରେ ରହିବେ ବୋଲି କହିଛନ୍ତି।  

   Related Posts