ଡ୍ରାଗନ୍‌ର ଏହି ଲଢୁଆ ବିମାନକୁ ନେଇ ଚର୍ଚ୍ଚା ଜୋରଦାର, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଚୀନ୍ ?

Published By : Prameya-News7 Bureau | November 09, 2021 IST

ନୂଆଦିଲ୍ଲୀ, ୦୯|୧୧: ବଡ ଯୋଜନା କରୁଛି ଡ୍ରାଗନ । ଯୁଦ୍ଧ ପାଇଁ ଆରମ୍ଭ କରୁଛ ପ୍ରସ୍ତୁତି । ଚୀନର ସରକାରୀ ଓ୍ୱେବସାଇଟ୍ ଗ୍ଲୋବଲ ଟାଇମ୍ସର ଏକ ଖବରକୁ ନେଇ ଚର୍ଚ୍ଚା ଜୋର । ଯେଉଁଥିରେ ଡ୍ରାଗନ ସେନା ନୂଆ ଲଢୁଆ ବିମାନ ଜେ-୧୬ ଡିକୁ ଯୁଦ୍ଧ ଅଭ୍ୟାସ ପାଇଁ ପଠାଯାଇଥିବା ଖବର ପ୍ରକାଶିତ ହୋଇଛି ।

କୁହାଯାଉଛି ଯେ, ଚୀନର ଜେ-୧୬ ଲଢୁଆ ବିମାନ ଜେ-୨୦ ବିମାନ ସହ ଯୁଦ୍ଧାଭ୍ୟାସ କରିବ । ଏହି ବିମାନ ଦ୍ୱୟ କୌଣସି ପ୍ରକାର ଯୁଦ୍ଧ ଓ ପରିସ୍ଥିତିର ମୁକାବିଲା ପାଇଁ  ପ୍ରସ୍ତୁତ । ଅର୍ଥାତ ଚୀନ ମଧ୍ୟ କୌଣସି ବଡ ଧରଣର ଷଡଯନ୍ତ୍ର ରଚୁଛି । ଡ୍ରାଗନ ସେନାର ଜଣେ ଅଧିକାରୀ ନିଜ ନାଁ ପ୍ରକାଶ କରି ଏହି ସବୁ ସୂଚନା ଦେଇଛନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ, ଏହି ବିମାନଟି ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ନହେଲେ ବି ଭବିଷ୍ୟତରେ କାମରେ ଆସିପାରେ । ଶତ୍ରୁର ବାୟୁସେନାକୁ ଚେକ୍ ଦେବାକୁ ଏହା ସକ୍ଷମ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.