ଦ୍ବିତୀୟ ଚନ୍ଦ୍ର ପରେ ଏବେ ଚୀନ ତିଆରି କରୁଛି ଦ୍ବିତୀୟ ତଥା କୃତ୍ରିମ ସୂର୍ଯ୍ୟ : ଅସଲି ସୂର୍ଯ୍ୟଙ୍କଠାରୁ ଏହା ହେବ ୬ଗୁଣା ଅଧିକ ଉତପ୍ତ

Published By : Prameya-News7 Bureau | December 17, 2018 IST

wp:heading {"level":5}
ବେଜିଂ୧୭|୧୨:ଆଧୁନିକ ଯୁଗରେ ବିଜ୍ଞାନ ଅଗ୍ରଗତି କରିଛି। ଆଜିକାଲି ବିଜ୍ଞାନର ଉନ୍ନତି ଲୋକଙ୍କୁ ନିଜ ଚମତ୍କାରୀ ଶକ୍ତିରେ ଆଚମ୍ୱିତ କରେ। ଚୀନରେ ବୈଜ୍ଞାନିକ ମାନେ ପ୍ରକୃତିକୁ କଡା ଟକ୍କର ଦବା ପାଇଁ ସ୍ଥିର କରିଛନ୍ତି । ଚୀନର ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ ୨୦୨୦ ମଧ୍ୟରେ ସେମାନେ କୃତ୍ରିମ ଚନ୍ଦ୍ର ତିଆରି ସମ୍ପନ୍ନହେବ। କେବଳ ସେତିକି ନୁହେଁ, ଚୀନ ବୈଜ୍ଞାନିକମାନେ ଏବେ କୃତ୍ରିମ ସୂର୍ଯ୍ୟ ତିଆରି କରିବା ଅଭିଯାନ ଆରମ୍ଭ କରିଛନ୍ତି । ଏଥିରେ ମଧ୍ୟ ସଫଳତାପ୍ରାପ୍ତ ହେବ ବୋଲି ଆଶା କରାଯାଉଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ। ପ୍ରସ୍ତାବିତଏହି କୃତ୍ରିମ ସୂର୍ଯ୍ୟଙ୍କ ବିଶେଷତ୍ବ ହେଲା ଯେ, ଏହା ଅସିଲି ସୂର୍ଯ୍ୟଙ୍କ ଠାରୁ  ୬ଗୁଣା ଅଧିକ ଉତପ୍ତ ହେବ।
/wp:heading {"id":64512,"width":572,"height":380}
wp:heading {"level":5}
 ଖଗୋଳ ବିଜ୍ଞାନଅନୁସାରେ ସୂର୍ଯ୍ୟଙ୍କ ଅନ୍ତସ୍ଥଳ ୧.୫୦ କୋଟି ଡିଗ୍ରି ସେଲସିଅସ ଯାଏଁ ଉତପ୍ତ ଥାଏ। ଚୀନ ବୈଜ୍ଞାନିକଙ୍କ ଅନୁସାରେ କୃତ୍ରିମ ସୂର୍ଯ୍ୟ ତିଆରି ପାଇଁ ପରିୀକ୍ଷା ନିରୀକ୍ଷା ଜାରିରହିଛି। ଏହାର ନାଁ ‘ଇଷ୍ଟ’ ବା ଦ ଏକ୍ସପେରିମେଣ୍ଟାଲ ଆଡଭାନ୍ସ ସୁପରକଣ୍ଡକ୍ଚିଙ୍ଗ ଟୋକାମକ ବୋଲିନାଁ ଦିଆଯାଇଛି। ଚୀନର କୃତ୍ରିମ ସୂର୍ଯ୍ୟଙ୍କ ତାପମାତ୍ରା ୧୦ କୋଟି ଡିଗ୍ରି ସେଲସିଅସ ହେବ।
/wp:heading {"id":64513,"width":566,"height":283}
wp:heading {"level":5}
 ସୂଚନାଅନୁସାରେ ଚୀନ ତିଆରି କରିବାକୁ ଯାଉଥିବା କୃତ୍ରିମ ସୂର୍ଯ୍ୟଙ୍କ ନାଭିକେନ୍ଦ୍ରରୁ ଉତ୍ପନ୍ନଶକ୍ତିକୁ ପରିବେଶ ସୁରକ୍ଷା ଦିଗରେ ସବୁଜ ଶକ୍ତି ଭାବେ ବ୍ୟବହାର କରାଯାଇପାରିବ । ଏହାକୁ ବିକଳ୍ପସୌରଶକ୍ତି ଭାବେ ମଧ୍ୟ କାମରେ ଲଗାଯାଇପାରିବ । ସୂଚନା ଅନୁସାରେ ପରମାଣବିକ ବିଘଟନ ଦ୍ବାରା ଏହିକୃତ୍ରିମ ସୂର୍ଯ୍ୟଙ୍କ ଉତ୍ପତ୍ତି ହେବ । ପୃଥିବୀଠାରୁ ସୂର୍ଯ୍ୟ ପାଖାପାଖି ୧୫କୋଟି କିଲୋମିଟରଦୂରରେ । ଫଳରେ ପୃଥିବୀରେ ଦେଖାଦେଉଥିବା ସୌରଶକ୍ତି ସଂକଟର ମଧ୍ୟ ସମାଧାନ ହୋଇପାରିବ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.