ଚୀନ ତିଆରି କରୁଛି ନକଲି ସୂର୍ଯ୍ୟ, ଚଳିତ ବର୍ଷ ଶେଷ ସୁଦ୍ଧା ହୋଇଯିବ ପ୍ରସ୍ତୁତ

Published By : Prameya-News7 Bureau | May 24, 2020 IST

ବେଜିଂ, ୨୪|୦୫: ସୂର୍ଯ୍ୟର କିରଣ ଲଗାତାର ଭାବେ କମୁଥିବା ବୈଜ୍ଞାନିକମାନେ କହି ଆସୁଛନ୍ତି । ନିଜେ ନାସା ମଧ୍ୟ ଅନ୍ୟ ନକ୍ଷତ୍ର ଅପେକ୍ଷା ସୂର୍ଯ୍ୟ ଅତିଶୀଘ୍ର ଦୁର୍ବଳ ହେଉଥିବା କହିସାରିଛି । ଫଳରେ ପୃଥିବୀ ପୃଷ୍ଠରେ ବରଫର ପାହାଡ ସୃଷ୍ଟି ହେବାର ଆଶଙ୍କା ରହିଛି । ତେବେ ଚୀନ ଏବେ ମନୁଷ୍ୟକୃତ ସୂର୍ଯ୍ୟ ନିର୍ମାଣ କରୁଛି । ଏହା ସୂର୍ଯ୍ୟଠାରୁ ପ୍ରାୟ ୧୩ ଗୁଣ ବଡ ଓ ଅଧିକ ଉତପ୍ତ ବୋଲି ଚୀନ ଦାବି କରିଛି ।

ଚୀନ ବୈଜ୍ଞାନିକମାନେ କୃତ୍ରିମ ସୂର୍ଯ୍ୟ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଏହା ଏପରି ଏକ ପରମାଣୁ ଫ୍ୟୁଜନ ଯାହା ପ୍ରକୃତ ସୂର୍ଯ୍ୟଠାରୁ ୧୩ ଗୁଣ ଅଧିକ ଶକ୍ତି ଦେବ । ଏହି ପ୍ରକଳ୍ପ ସହ ଜଡିତ ଜଣେ ବୈଜ୍ଞାନିକ ଡୁଆନ ଜୁରୁ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସୂର୍ଯ୍ୟ ପ୍ରସ୍ତୁତ ହୋଇଯିବ । ଏହି ଖବର ସାଇନସଆଲର୍ଟରେ ପ୍ରକାଶିତ ହୋଇଛି । କେବଳ ଚୀନ ନୁହେଁ ବିଶ୍ୱର ଅନେକ ଦେଶ କୃତ୍ରିମ ସୂର୍ଯ୍ୟ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

wp:html /wp:html

ଚୀନର ଏହି ପ୍ରକଳ୍ପ ୨୦୦୬ରେ ଆରମ୍ଭ ହୋଇଥିଲା । ଏହି କୃତ୍ରିମ ସୂର୍ଯ୍ୟର ନାଁ ହେଉଛି ଏଚଏଲ-୨ଏମ । ଏହାକୁ ଚାଇନା ନ୍ୟୁକ୍ଲିଅର୍ କର୍ପୋରେସନ ଓ ସାଉଥ ଓ୍ୱେଷ୍ଟର୍ଣ୍ଣର ବୈଜ୍ଞାନିକମାନେ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । କୃତ୍ରିମ ସୂର୍ଯ୍ୟ ପ୍ରସ୍ତୁତ କରିବା ପାଇଁ ହାଇଡ୍ରୋଜେନକୁ ୫ କୋଟି ଡିଗ୍ରୀ ସେଲସିୟସ ତାପମାତ୍ରାରେ ଉତପ୍ତ କରାଯାଇଥିଲା । ଏହାର ତାପମାତ୍ରା ୧୦୨ ସେକେଣ୍ଡ ଯାଏଁ ସ୍ଥିର ହୋଇ ରହିଥିଲା । ବାସ୍ତବରେ ସୂର୍ଯ୍ୟ ହିଲିୟମ ଓ ହାଇଡ୍ରୋଜେନ ଭଳି ଗ୍ୟାସରେ କାମ କରିଥାଏ । ଏହି ସମୟରେ ୧୫ ମିଲିୟନ ସେଲସିୟସର ଶକ୍ତି ମିଳିଥାଏ ।

ଜଣେ ବୈଜ୍ଞାନିକଙ୍କ ଅନୁସାରେ, ଏହି କୃତ୍ରିମ ସୂର୍ଯ୍ୟ ପ୍ରକୃତ ସୂର୍ଯ୍ୟଠାରୁ ଅଧିକ ଶକ୍ତି ପ୍ରଦାନ କରୁଛି । ଏହି ଶକ୍ତି ୨୦୦ ମିଲିୟନ ସେଲସିୟସ ଯାଏଁ ରହିଛି । ଅର୍ଥାତ ବାସ୍ତବ ସୂର୍ଯ୍ୟ ଠାରୁ ୧୩ ଗୁଣ ଅଧିକ । ଯଦି ସମ୍ପୂର୍ଣ୍ଣ ଭାବେ କୃତ୍ରିମ ସୂର୍ଯ୍ୟ ତିଆରି ହୋଇଯାଏ ତେବେ ଏହାର ଜୀବାଷ୍ମ ଇନ୍ଧନ ଉପରେ ନିର୍ଭରତା କମ ହେବ । ଏହାକୁ ପୃଥିବୀ ପୃଷ୍ଠରେ ଶକ୍ତି ସଙ୍କଟ ଦୂର କରାଯାଇ ପାରିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.