ସତ ଲୁଚାଇବାକୁ ଷଡଯନ୍ତ୍ର କରିଛି କି ଚୀନ? କରୋନା ଗୁମର ଖୋଲିଥିବା ଆଉ ଜଣେ ଡାକ୍ତରଙ୍କ ମୃତ୍ୟୁ, ସନ୍ଦେହଜନକ ଭାବେ ପ୍ରାଣ ହାରିଲେଣି ୬ ଚୀନା ଡାକ୍ତର

Published By : Prameya-News7 Bureau | June 04, 2020 IST

ବେଜିଂ, ୦୪|୦୬: ଚୀନରେ କରୋନା ଭାଇରସ ବାବଦରେ ଖୁଲାସା କରିବା ସହ ଏହି ମାରାତ୍ମକ ଭୂତାଣୁକୁ ଚିହ୍ନଟ କରିଥିବା ଜଣେ ଡାକ୍ତର ପ୍ରାଣ ହରାଇଛନ୍ତି । ସେ କରୋନା ବାବଦରେ ଗବେଷଣା କରିଥିବା ଦଳର ସଦସ୍ୟ ଥିଲେ । ଏହି ଟିମ୍‌ର ଷଷ୍ଠ ସଦସ୍ୟ ଭାବେ ସେ ପ୍ରାଣ ହରାଇଛନ୍ତି । ଏହି ଡାକ୍ତର ହେଉଛନ୍ତି ହୁ ବିଫେଙ୍ଗ୍ । କରୋନା ବାବଦରେ ସତର୍କ କରାଇଥିବା ଡାକ୍ତରୀ ଟିମ୍‌ରେ ସେ ସାମିଲ ଥିଲେ ।

ଚୀନ ଗଣମାଧ୍ୟମର ସୂଚନାନୁସାରେ, ହୁ ଗତ ୪ ମାସ ଧରି କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ । ତେବେ ସେ ସୁସ୍ଥ ଥିବା ମଧ୍ୟ ଖବର ଆସିଥିଲା । ଏପରିକି ତାଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଯାଇଥିଲା  । ହୁଙ୍କ ମୃତ୍ୟୁପରେ ସାଧାରଣ ଜନତା ପ୍ରଶାସନକୁ ତୀବ୍ର ସମାଲୋଚନା କରିଛନ୍ତି ।

ଚୀନରେ ଅନେକ ଲୋକ ସେମାନଙ୍କ କରୋନା ଲଢେଇରେ ହୁଙ୍କୁ ହିରୋ ଭଳି ଦେଖୁଥିଲେ । ତାଙ୍କ ମୃତ୍ୟୁକୁ ନେଇ ଅନେକ ତଥ୍ୟ ଦିଆଯାଇ ନାହିଁ ।

କିଏ ଏହି ହୁ ବିଫେଙ୍ଗ୍

ହୁ ବୁହାନର ସେଣ୍ଟ୍ରାଲ୍ ହସ୍ପିଟାଲରେ ୟରୋଲୋଜିଷ୍ଟ୍ ବାବେ କାର୍ଯ୍ୟ କରୁଥିଲେ । ସେ ଡାକ୍ତର ଲି ବେନେଲିୟାଙ୍ଗଙ୍କ ଟିମ୍‌ର ସଦସ୍ୟ ଥିଲେ । ଏହି ଟିମ୍ କରୋନା ବାବଦରେ ପ୍ରଥମେ ସୂଚନା ଦେଇଥିଲା । ବୁହାନ କରୋନା ଭାଇରସର ଗଡ ଅଟେ । ଚୀନ ସରକାର କିନ୍କୁ ଲୀଙ୍କୁ କରୋନା ବାବଦରେ ଚୁପ୍ ରହିବାକୁ ଧମକ ଦେଇଥିଲେ ।  କିନ୍ତୁ ପରେ ସେ ହସ୍ପିଟାଲରେ ଏକ ଭିଡିଓ ଜାରି କରି ସମସ୍ତ ସୂଚନା ଦେଇଥିଲେ ।

ଚିକିତ୍ସିତ ହେଉଥିବା ବେଳେ ହୁଙ୍କ ଯକୃତ କାମ କରିବା ବନ୍ଦ କରିଦେଇଥିଲା । ଏପରିକି ତାଙ୍କ ଶରୀର କଳା ମଧ୍ୟ ପଡିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.