ପାକିସ୍ତାନ ଗ୍ୱାଦରରେ ଚୀନ ନିର୍ମାଣ କରୁଛି ସୁରକ୍ଷିତ କମ୍ପାଉଡ୍, ହୋଇପାରେ ନୌସେନା ଘାଟି

Published By : Prameya-News7 Bureau | June 03, 2020 IST

ନୂଆଦିଲ୍ଲୀ ୩।୬: ପାକିସ୍ତାନ ବଲୁଚ ପ୍ରଦେଶର ଗ୍ୱାଦର ବନ୍ଦର ନିକଟରେ ଚୀନ ଅତ୍ୟନ୍ତ ଗୋପନୀୟ ଭାବେ ନୌସେନା ଲାଗି ଏକ ସୁରକ୍ଷିତ କ୍ୟାମ୍ପସ ନିର୍ମାଣ କରୁଥିବା ଜଣାପଡିଛି। ଗ୍ୱାଦରରେ ଚୀନର ପ୍ରତୀକ୍ଷିତ ସୈନ୍ୟ ଆଡ୍ଡା ସଂକେତ ମିଳୁଥିବା ଫୋର୍ବସ ମ୍ୟାଗଜିନର ଏକ ରିପୋର୍ଟରେ କୁହାଯାଇଛି। ଏହି ଉଦ୍ୟମ ହୀନ୍ଦ ମହାସାଗରରେ ଚୀନର ଉପସ୍ଥିତିକୁ ମଜଭୁତ କରିବ ବୋଲି ଫୋର୍ବସ୍ ଉଲ୍ଲେଖ କରିଛି।

{"id":280816,"width":579,"height":412,"sizeSlug":"large"}

ନିକଟରେ ମିଳିଥିବା ଉପଗ୍ରହ ଚିତ୍ରରୁ ଗତ କିଛି ବର୍ଷ ହେଲା ସେଠାରେ ନୂଆ ନୂଆ ପରିସର ସବୁ ସୃଷ୍ଟି ହୋଇଥିବା ଦେଖାଯାଇଛି। ଏଥିରୁ ଗୋଟିକରେ ଚୀନ କମ୍ପାନୀ ବନ୍ଦର ନିର୍ମାଣ କରୁଥିବା ଦେଖାଯାଇଛି। ପାକିସ୍ତାନର ପଶ୍ଚିମ ଉପକୂଳରେ ଅବସ୍ଥିତ ଗ୍ୱାଦର ଚୀନର ବେଲ୍ଟ ଏଣ୍ଡ ରୋଡ ପଦକ୍ଷେପରେ ଏକ ପ୍ରମୁଖ ବନ୍ଦରରେ ରୂପାନ୍ତରିତ ହୋଇପାରେ। ଯାହା ପାକିସ୍ତାନ ରାସ୍ତାରେ ଦକ୍ଷିଣ ଏସିୟାର ସବୁଦେଶକୁ ଚୀନ ଯୋଡିବାରେ ସହାକ ହେବ। ତେବେ ପାକିସ୍ତାନ ଗ୍ୱାଦରରେ ଚୀନ ଏକ ନୌସେନା ଘାଟି ନିର୍ମାଣ କରୁଥିବାର ପ୍ରଥମେ ୨୦୧୮ ମସିହାରେ ଜଣାପଡିଥିଲା। ତେବେ ଏ ନେଇ ଚୀନ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ କେବେ କିଛି କହିନାହିଁ।

{"id":280823,"sizeSlug":"large"}

ହେଲେ ଏବେ ଯେଉଁ କମ୍ପାଉଣ୍ଡର ଚର୍ଚ୍ଚା ହେଉଛି ତାହା ଚୀନର ସଞ୍ଚାର ନିର୍ମାଣ କମ୍ପାନୀ ଲିମିଟେଡ୍ (ସିସିସିସି ଲିମିଟେଡ) ଭାବେ ନିର୍ମାଣ କରାଯାଉଛି। ଏହା ଚୀନର ଏକ ପ୍ରମୁଖ ସରକାରୀ କମ୍ପାନୀ, ଯାହା ଚୀନର ସିଭିଲ୍ ଇଞ୍ଜିନିୟରିଂ ପ୍ରୋଜେକ୍ଟର ଏକ ଅଂଶ ବିଶେଷ ବୋଲି ଜଣାପଡିଛି। ଉପଗ୍ରହରୁ ମିଳୁଥିବା ଚିତ୍ରରୁ ସେଠାରେ ସେପରି କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ହେଲେ ବି ଯାହା ବ୍ୟବସ୍ଥା ରହିଛି ତାହା କିନ୍ତୁ କମ୍‌ ନୁହେଁ ବୋଲି କୁହାଯାଉଛି।

{"id":280824,"width":578,"height":292,"sizeSlug":"large"}

ଫୋର୍ବସ ରିପୋର୍ଟରେ କମ୍ପାଉଣ୍ଡକୁ ବାହନ ରୋଧି ରମ୍ବଲର, ସୁରକ୍ଷା ବାଡ ଓ ଏକ ଉଚ୍ଚା କାନ୍ଥ ଥିବା ଦେଖାଯାଇଛି। ଏଥିରେ ସେଣ୍ଟ୍ରି ପୋଷ୍ଟ ଓ ଉଚ୍ଚା ୱାଚ୍ ଟାୱାର ମଧ୍ୟ ରହିଛି। ଯେଉଁଠାରେ ସୁରକ୍ଷା କର୍ମୀ ରାଇଫଲ ସହ ମୁତୟନ ଥିବାର ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ। ଏହି ଉଚ୍ଚସୁରକ୍ଷା କମ୍ପାଉଣ୍ଡରେ ଗତବର୍ଷ ୨ଟି ନିଳ ଛାତ ଥିବା ଭବନ ଦେଖାଯାଇଛି। ସମ୍ଭବତଃ ଏହା ଚୀନ୍‌ ମେରିନ କର୍ପସ୍ ଗ୍ୟାରିସନ୍ ଲାଗି ବାରାକ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଏଠାରେ ୨୦୧୭ ମସିହାରେ ଚୀନ ମେରିନ୍‌ ଗାର୍ଡଙ୍କୁ ମଧ୍ୟ ମୁତୟନ କରିଥିବାର ସୂଚନା ମିଳିଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ସେଠାରେ ଚୀନ ବନ୍ଦର ନିର୍ମାଣ କରୁଥିବାର ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.