Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ପୂର୍ବ ଲଦ୍ଦାଖ ସୀମାରେ ଫାଇଟର ଜେଟ୍ ଉଡାଉଛି ଚୀନ୍, ନଜର ରଖିଛି ଭାରତ

1/06/2020 at 5:12 PM

ନୂଆଦିଲ୍ଲୀ ୧।୬: ଚୀନ ସୀମାବର୍ତ୍ତି ବାସ୍ତବ ସୀମାରେଖା(ଏଏଲସି)ରେ ଏବେବି ଉତ୍ତେଜନା ଜାରି ରହିଛି। ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତ ସେନା ଠୁଳ କରିଥିବା ବେଳେ ପାଦେ ଆଗକୁ ଯାଇ ଚୀନ ଯୁଦ୍ଧବିମାନ ମୁତୟନ କରିଛି। ଏହି ସବୁ ବିମାନ ଏବେ ପାଟ୍ରୋଲିଂ କରୁଥିବା ବେଳେ ଭାରତ ମଧ୍ୟ ପରିସ୍ଥିତି ଉପରେ କଡା ନଜର ରଖିଛି। ମିଳିଥିବା ସୂଚନା ଅନୁସାରେ ଚୀନ ଯୁଦ୍ଧବିମାନଗୁଡିକୁ ସୋମବାର ପୂର୍ବ ଲଦ୍ଦାଖ ସୀମାରୁ ୩୦ରୁ ୩୫ କିଲୋମିଟର ଦୂରରେ ଉଡୁଥିବାର ଦେଖାଯାଇଛି।

ମିଳିଥିବା ସୂଚନା ଅନୁସାରେ ଚୀନ ତାର ବିମାନ ସ୍କ୍ୱାର୍ଡନକୁ ହୋଟନ ଓ ଗୋରଙ୍ଗୁସାରୁ ୧୦୦ ଓ ଦେଢଶହ କିଲୋମିଟର ଦୂରରେ ମୁତୟନ କରିଛି। ଏହି ଚୀନା ବିମାନ ସ୍କ୍ୱାଡ୍ରନରେ ୧୦ରୁ ୧୨ଟି ଜେ-୧୧ ଯୁଦ୍ଧବିମାନ ଥିବା ବେଳେ ସେଗୁଡିକ ଭାରତୀୟ ସୀମା ନିକଟରେ ଉଡୁଛନ୍ତି। ଗତ କିଛି ଦିନ ହେଲା ପାକିସ୍ତାନ ହୋଟନରେ ପିଏଲଏ ଏୟାରଫୋର୍ସ ସହ ଯୁଦ୍ଧାଭ୍ୟାସ କରୁଛି। ଏଣୁ ଭାରତ ଚୀନର ପ୍ରତି ଗତିବିଧି ଉପରେ ନଜର ରଖିଥିବା ବେଳେ ସୀମାରେ ସୁଖୋଇ-୩୦ ଉଡାଇଥିଲା।

ସୂଚନା ଯୋଗ୍ୟଯେ ଭାରତ ଓ ଚୀନ୍‌ ମଧ୍ୟରେ ୩ହଜାର ୪୮୮ କିଲୋମିଟର ଦୀର୍ଘ ସୀମାକୁ ନେଇ ଦୀର୍ଘ ଦିନରୁ ବିବାଦ ରହି ଆସିଛି। ଅଋଣାଚଳ ପ୍ରଦେଶକୁ ଚୀନ ନିଜର ବୋଲି ଦାବି କରୁଥିବା ବେଳେ ଏହାକୁ ଦକ୍ଷିଣ ତିବ୍ବତର ସୀମା ବୋଲି କହୁଛି। କେବଳ ସେତିକି ନୁହେଁ ଲଦ୍ଦାଖ ଓ ଅନ୍ୟ ସ୍ଥାନରେ ମଧ୍ୟ ଭାରତ ସହ ଚୀନ ସେନା ମୁହାଁମୁହିଁ ହେଉଛନ୍ତି। ତେବେ ଉଭୟ ପକ୍ଷ ବିବାଦର ଚୂଡାନ୍ତ ସମାଧାନ ପର୍ଯ୍ୟନ୍ତ ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା କଥା କହୁଛନ୍ତି।

   Related Posts