କରୋନା ଜାଲରେ ସାରା ବିଶ୍ୱ, ଏପଟେ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କଲା ଡ୍ରାଗନ୍

Published By : Prameya-News7 Bureau | May 22, 2020 IST

ବେଜିଂ, ୨୨|୦୫:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହି ମାରାତ୍ମକ ଭାଇରସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଆମେରିକା ଭଳି ଶକ୍ତିଶାଳୀ ଦେଶ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି ।ଏହା ମଧ୍ୟରେ ଚୀନ ନିଜର ପ୍ରତିରକ୍ଷା ବଜେଟକୁ ୧୭୯ ଅରବ ଡଲାରକୁ ବୃଦ୍ଧି କରିଛି । ଯାହା ଭାରତ ତୁଳନାରେ ୩ ଗୁଣ ଅଧିକ । ଗତ ବର୍ଷ ଚୀନର ପ୍ରତିରକ୍ଷା ବଜେଟ ୧୭୭ ଡଲାର ଥିଲା ।

ଚୀନର ନ୍ୟାଶନାଲ ପିପୁଲସ୍ କଂଗ୍ରେସ ଶୁକ୍ରବାର ଘୋଷଣା କରିଥିବା ସାଧାରଣ ବଜେଟ୍ ଅନୁସାରେ, ୨୦୨୦ରେ ଦେଶର ପ୍ରତିରକ୍ଷା ବଜେଟ ୬.୬ ପ୍ରତିଶତ ରହିବ । ୨୦ ଲକ୍ଷ ସୈନିକଙ୍କ ସହ ଚୀନ ବିଶ୍ୱର ସର୍ବବୃହତ ସେନା ଥିବା ଦେଶ । ଚଳିତ ବର୍ଷ ଚୀନର ପ୍ରତିରକ୍ଷା ବଜେଟ୍ ପ୍ରାୟ ୧୭୯ ଅରବ ଡଲାର । ଏସପିସିର ମୁଖପାତ୍ର ଝାଙ୍ଗ୍ ୟୁସୁଇ ଏନେଇ ସୂଚନା ଦେଇଛନ୍ତି ।

{"id":274402,"width":745,"height":418,"sizeSlug":"large"}

ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ବେଜିଂ ସୈନ୍ୟ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ବିସ୍ତାର ଘୋଷଣାଠାରୁ ଢେର ଅଧିକ । ଚୀନର କୌଣସି ଲୁଚାଛପା ଖର୍ଚ୍ଚ ନାହିଁ । ଚୀନ ପ୍ରତିବର୍ଷ ୟୁଏନକୁ ନିଜ ପ୍ରତିରକ୍ଷା ଖର୍ଚ୍ଚର ବିବରଣୀ ପ୍ରଦାନ କରିଥାଏ । ୨୦୧୯ରେ ଆମେରିକାର ପ୍ରତିରକ୍ଷା ବଜେଟ ୭୩୨ ଅରବ ଡଲାର ଥିଲା ।  ତେବେ ଚୀନ ନିଜର ପ୍ରତିରକ୍ଷା ବଜେଟରେ ଯୁଦ୍ଧପୋତ, ବିମାନ, ଅତ୍ୟାଧୂନିକ ଅସ୍ତଶସ୍ତ୍ର କ୍ରୟ କରିବ ।

ତେବେ ଆମେରିକା ଓ ଚୀନ ମଧ୍ୟରେ ଚାଲିଥିବା ବ୍ୟାପାର ଯୁଦ୍ଧ ପାଇଁ ଚୀନର ପ୍ରତିରକ୍ଷା ବଜେଟ୍ ଦର ସାମାନ୍ୟ ହ୍ରାସ ପାଇଛି । କାରଣ ଚୀନର ଅର୍ଥବ୍ୟବସ୍ଥା ମଧ୍ୟ ଏବେ ବିପଦରେ ରହିଛି । ଚୀନ ସହ ଭାରତ, ଜାପାନ ଓ ଭିଏତନାମ ଭଳି ପଡୋଶୀ ଦେଶ ସହ ସୀମା ବିବାଦ ମଧ୍ୟ ରହିଛି । ଏହିସ୍ଥିତିରେ ଚୀନର ପ୍ରତିରକ୍ଷା ବଜେଟ୍ ଅନେକ ଗୁରୁତ୍ୱ ବହନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.