Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଦକ୍ଷିଣ ଚୀନ୍ ସାଗରରେ ଆମେରିକୀୟ ବୁଡ଼ା ଜାହାଜ ଦୁର୍ଘଟଣାରେ ଛାନିଆ ଚୀନ୍, ଜାଣନ୍ତୁ କାହିଁକି ?

8/10/2021 at 8:58 PM

ବେଜିଂ :  ଆମେରିକୀୟ ନୌସେନାର ଆଣବିକ ଯୁଦ୍ଧ ବୁଡ଼ାଜାହାଜ ୟୁଏସଏସ୍ କନେକ୍ଟିକଟ୍ ଗତ ଅକ୍ଟୋବର ୨ ତାରିଖ ଦିନ ଦକ୍ଷିଣ ଚୀନ୍‌ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଣି ତଳେ ଯାଉଥିବା ବେଳେ କୌଣସି ଅଜଣା ବସ୍ତୁ ସହ ଏହା ଧକ୍କାଲାଗି ଥିବାର ସୂଚନା ଆସୁଛି। ଯାହାକୁ ନେଇ ଚୀନ୍‌ ବୈଦେଶିକ ମନ୍ତ୍ରାଳୟଙ୍କ ଝାଓ ଲିଜିଆନ ଉଦବେଗ ପ୍ରକାଶ କରିବା ସହ ବିସ୍ତୃତ ବିବରଣୀ ଲାଗି ଆମେରିକାକୁ ନିବେଦନ କରିଛନ୍ତି। 

ଏଥିରେ ଲିଜିଆନ ବୁଡାଜାହାଜର ଗସ୍ତ ଉଦ୍ଦେଶ୍ୟ, ପରମାଣୁ ଲିକେଜ ଓ ଏହା ଯୋଗୁ ସମୁଦ୍ର ପରିବେଶ ନଷ୍ଟ ହେବାର ଆଶଙ୍କା କରିଥିବା ବେଳେ ତୁରନ୍ତ ବିସ୍ତୃତ ବିବରଣୀ ଦେବାକୁ କହିଥିବାର ଚୀନ୍‌ ସରକାରୀ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ସୂତ୍ରରୁ ଜଣାପଡିଛି। ପ୍ରଶାନ୍ତ ମହାସାଗରର ଅନ୍ତର୍ଜାତୀୟ ଜଳ କ୍ଷେତ୍ରରେ ଏହି ଦୁର୍ଘଟଣା ନେଇ ନୌସେନାର ପ୍ରଶାନ୍ତ ସ୍କ୍ୱାଡ୍ରନ ପୁଷ୍ଟି କରିଥିଲେ। 

ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରର ଅନ୍ତର୍ଜାତୀୟ ଜଳ ରାଶିରେ ଏହି ଦୁର୍ଘଟଣା ହୋଇଛି। ସିୱଲଫ ଶ୍ରେଣୀୟ ଫାଷ୍ଟ ଆଟାକ ବୁଡ଼ାଜାହାଜ ୟୁଏସଏସ କନେକ୍ଟିକଟ (ୟୁଏସଏସଏନ-୨୨)  ଅକ୍ଟୋବର ୨ ତାରିଖ ମଧ୍ୟାହ୍ନରେ ପାଣି ତଳକୁ ଯିବା ବେଳେ ଏହି ଦୁର୍ଘଟଣାର ନଷ୍ଟ ହୋଇଯାଇଛି।  କୌଣସି ଅଜ୍ଞାତ ବସ୍ତୁ ସହ ଏହା ଧକ୍କା ଲାଗି ଡ୍ୟାମେଜ ହୋଇଥିବା ସନ୍ଦେହ କରାଯାଉଛି। ତାଇୱାନ ଏୟାରଡିଫେନ୍ସ ଇଣ୍ଟିଗ୍ରେସନ ଜୋନ (ଏଡିଆଇଜେଡ)ରେ ଚୀନ୍‌ ସେନାର ଅନୁପ୍ରବେଶକୁ ନେଇ ଉପୁଜିଥିବା ଉତ୍ତେଜନା କାଳରେ ଏହି ଦୁର୍ଘଟଣା ହୋଇଥିବାରୁ ଚୀନ୍‌ ଏବେ ଘଟଣାକୁ ନେଇ ଚିନ୍ତିତ ହୋଇପଡିଛି।

   Related Posts