ଚୀନ୍ ନିର୍ମାଣ କରୁଛି ଟାଇପ୍ 003 ଏୟାରକ୍ରାଫ୍ଟ କ୍ୟାରିୟର, ଖୁବଶୀଘ୍ର ହୋଇପାରେ ଜଳାବତରଣ

Published By : Prameya-News7 Bureau | November 13, 2021 IST

ନୂଆଦିଲ୍ଲୀ ୧୩।୧୧:  ଆମେରିକୀ ସହ ପ୍ରତିରକ୍ଷା ପ୍ରତିଯୋଗୀତାରେ ଚୀନ୍‌ ଏକ ଟାଇପ୍‌ ୦୦୩ ଏୟାରକ୍ରାଫ୍ଟ କ୍ୟାରିୟରର ନିର୍ମାଣ କରୁଛି।  ଆମେରିକା ନୌସେନାର ‘ଗେରାଲ୍ଡ’ ଓ ‘ଫୋର୍ଡ’ ଶ୍ରେଣୀୟ ବାହକ ଜବାବରେ ଚୀନ୍‌ ଏହି ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର ନିର୍ମାଣ କରୁଥିବା ବେଳେ ଖୁବ ଶୀଘ୍ର ଏହାର ଜଳାବତରଣ କରିପାରେ ବୋଲି ଅନୁମାନ କରାଯାଉଛି। ଉପଗ୍ରହ ଚିତ୍ରରୁ ଚୀନ୍‌ର ସଂଘାଇ ସିପ୍‌ ୟାର୍ଡରେ ଏହାର ନିର୍ମାଣ ଚାଲିଛି।

ଉପଗ୍ରହ ଛବିରୁ ଚୀନ୍‌ ଏକ ବିଧ୍ୱଂସକ ଯୁଦ୍ଧପୋତ ନିର୍ମାଣ କରୁଥିବାର ଜଣାପଡିଛି। ତେବେ ଏହା ଏବେ ନିର୍ମାଣାଧୀନ ରହିଛି।  ହେଲେ ଯେଉଁ ବେଗରେ କାମ ହେଉଛି ଏଥିରୁ ଆକଳନର ଅନେକ ପୂର୍ବରୁ ସେ ଏହାକୁ ସମୁଦ୍ରରେ ଉତାରିଦେଇପାରେ ବୋଲି ମଧ୍ୟ କୁହାଯାଉଛି। ଏହି ବିଶାଳକାୟ ବିମାନବାହୀ ପୋତର ହାଉଲ କେବଳ ୩୩୦ ମିଟର ଦୀର୍ଘ। ଯାହାର ନିର୍ମାଣ କାମ ନିକଟରେ ସମାପ୍ତ ହୋଇଛି। ଫ୍ଲାଇଟ୍‌ ଡେକ୍‌ କାମ ମଧ୍ୟ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ଏବେ ଏଥିରେ କଣ୍ଟ୍ରୋଲ ଟାୱାର ଫିଟ ହେଉଛି।

{"id":543345,"sizeSlug":"full","linkDestination":"none"}

ନିର୍ମାଣ କାର୍ଯ୍ୟରୁ ଆଗାମୀ ୩ରୁ ୬ ମାସରେ ଚୀନ୍‌ ଏହି ଯୁଦ୍ଧପୋତକୁ ସମୁଦ୍ରରେ ଛାଡିପାରେ। ଏହି ଯୁଦ୍ଧପୋତର ନିର୍ମାଣ କାମ ସରିଲେ ଏହା ଚୀନ୍‌ର ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ହେବ। ଏହାର ପୂର୍ବବର୍ତ୍ତି ବିମାନବାହୀ ପୋତଗୁଡିକ ଟାଇପ୍ ୦୦୧ ଲିଓନିଂ ଓ ଟାଇପ୍‌ ୦୦୨ ସେଡୋଙ୍ଗ ଥିଲା। ଏହି ଦୁଇଟି ଯୁଦ୍ଧପୋତ ଋଷିୟ ଥିଲା ଓ ସୋଭିଏତ ସଂଘରେ ଶୀତଳ ଯୁଦ୍ଧ ବେଳେ ନିର୍ମିତ ହୋଇଥିଲା। ଏହି ଯୁଦ୍ଧପୋତର ସାମିଲ ଚୀନ ପ୍ୟୁପିଲସ୍ ଲିବରେସନ ଆର୍ମିର ନୌସେନା ନିମନ୍ତେ ଏକ ବୃହତ୍ତ ଉପଲବ୍ଧି ହେବ।

ଏହିପରି ଯୁଦ୍ଧପୋତ ସବୁ ବାଷ୍ପଚାଳିତ, ତେବେ ଚୀନ୍‌ ନିର୍ମାଣ କରୁଥିବା ନୂଆ ପୀଢ଼ିର ବିଶାଳକାୟ ବିମାନବାହୀ ପୋତ ବିଦ୍ୟୁତ ଚୁମ୍ବକୀୟ ଲଞ୍ଚ ସିଷ୍ଟମ ଆପଣେଇପାରେ। ଆମେରିକୀୟ ଅତ୍ୟାଧୁନିକ ଯୁଦ୍ଧପୋତ ସବୁ ଏହି ନୂଆ ଜ୍ଞାନକୌଶଳରେ ନିର୍ମିତ । ତେବେ ଆମେରିକା ସହ ପ୍ରତିଯୋଗୀତାରେ ଚୀନ୍‌ ମଧ୍ୟ ସେହିପରି ଜ୍ଞାନକୌଶଳ ଆପେଣେଇପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.