ଋତିକ୍ ରୋସନଙ୍କୁ ଶ୍ରଦ୍ଧାରେ ନୂଆ ନାଁ ଦେଲେ ଚୀନ ଦର୍ଶକ, କହିଲେ ‘ଦା ସୁଆଇ’

Published By : Prameya-News7 Bureau | June 01, 2019 IST

ଚୀନ ପ୍ରେକ୍ଷାଳୟମାନଙ୍କରେ ମୁକ୍ତିଲାଭ କରିଛି ବଲିଉଡ୍ ମୁଭି ‘କାବିଲ’। ଋତିକ ରୋସନ ଅଭିନୀତି ଏହି ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଫିଲ୍ମରେ ଋତିକଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ସେମାନେ ତାଙ୍କର ଏକ ନୂଆ ନାମକରଣ କରିଛନ୍ତି। ଚୀନ ଭାଷାରେ ଋତିକଙ୍କ ନାମ ରଖିଛନ୍ତି ‘ଦା ସୁଆଇ’ ଅର୍ଥାତ ବହୁତ ସୁନ୍ଦର।

{"id":118357,"width":584,"height":324}

ଫିଲ୍ମ ରିଲିଜ ପରଠାରୁ ଋତିକଙ୍କୁ ଅନେକ ଇ-ମେଲ ମିଳୁଛି। ଯେଉଁଥିରେ ତାଙ୍କର ଚୁଙ୍ଗ..ଚାଙ୍ଗ ଚୁଙ୍ଗ ଚୀନା ଫ୍ୟାନମାନେ ଖୁବ୍ ନିକଟରେ ତାଙ୍କୁ ଦେଖିବାକୁ ଓ ଭେଟିବାକୁ ଚାହାନ୍ତି ବୋଲି ଆଗ୍ରହ ପ୍ରକାଶ କରିଛନ୍ତି । ଫିଲ୍ମ ‘କାବିଲ’ର ଫାଷ୍ଟ ସ୍କ୍ରିନିଂ ଚୀନା ଦର୍ଶକଙ୍କୁ ପାଗଳ କରିଦେଇଛି। ଏହି ଫିଲ୍ମଟି ଭାରତରେ ମଧ୍ୟ ଅପାର ସଫଳତା ଲାଭ କରିଥିଲା। ଋତିକ ରୋସନଙ୍କ ସହ ଫିଲ୍ମରେ ୟାମୀ ଗୌତମ ମୁଖ୍ୟ ଅଭିନୟ କରିଛନ୍ତି। ଚୀନରେ ଫିଲ୍ମ ମୁକ୍ତିଲାଭ କରିବା ପରେ ଏସିଆର ସବୁଠୁ ସେକ୍ସି ପୁରୁଷ ତାଙ୍କ ଫ୍ୟାନଙ୍କ ନିକଟବର୍ତ୍ତି ହୋଇପାରିଛନ୍ତି।

{"id":118358}

ଫିଲ୍ମରେ ଋତିକଙ୍କ ଦମଦାର ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଭାରତରେ ଗ୍ରୀକ ଗଡ ଭାବେ ପରିଚିତ ଋତିକ ଏବେ ଚୀନାମାନଙ୍କର ସବୁଠୁ ପସନ୍ଦର ହିରୋ ପାଲଟିଛନ୍ତି। ଋତିକଙ୍କ ଆଗାମୀ ଫିଲ୍ମ ସୁପର-୩୦ ଏବେ ମୁକ୍ତି ଅପେକ୍ଷାରେ ରହିଛି । ଆଶା କରାଯାଉଛି ଆଗାମୀ ଦିନରେ ଏହି ଫିଲ୍ମଟି ମଧ୍ୟ ଚୀନରେ ଦର୍ଶକୀୟ ଆଦୃତି ପାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.