ଚାଇନାର ନୂଆ ଚାଲ୍‌: ଅନୁପ୍ରବେଶ ବେଳେ ଚୀନ ସୈନ୍ୟଙ୍କୁ ଅଟକ ରଖିଥିଲା ଭାରତୀୟ ସେନା, ସେପଟେ ଭାରତୀୟ ସୈନ୍ୟଙ୍କ ବନ୍ଧକ ବେଳର ପୂର୍ବ ଫଟୋ ଜାରିକଲା ଡ୍ରାଗନ

Published By : Prameya-News7 Bureau | October 09, 2021 IST

ନୂଆଦିଲ୍ଲୀ ୦୯/୧୧ : ଅରୁଣାଚଳ ପ୍ରଦେଶ ଏବଂ ଚୀନ ସୀମାନ୍ତ ଏଲ୍‌ଏସିରେ ଚାଇନା ସୌନ୍ୟମାନଙ୍କୁ ବନ୍ଧକ ରଖାଯାଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏବେ ଚୀନର ଜଣେ ସରକାରୀ ସାମ୍ବାଦିକ, ସେତେବେଳେ ଗଲଓ୍ବାନ୍‌ ଘାଟି ହିଂସାରେ ବନ୍ଧକ ରଖାଯାଇଥିବା ଭାରତୀୟ ସୈନ୍ୟମାନଙ୍କ ଫଟୋ ଜାରି କରିଛନ୍ତି । ସେହି ଫଟୋରେ ଚୀନ ସେନା ହେପାଜତରେ ଥିବା ଭାରତୀୟ ସୈନିକ ଆହତ ଅବସ୍ଥାରେ ଦେଖିବାକୁ ମିଳୁଛି । ଏହା ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଅରୁଣାଚଳ ପ୍ରଦେଶ ୟାଙ୍ଗତ୍‌ସେରେ ପ୍ରାୟ ୨୦୦ ଚୀନ ସୈନ୍ୟ ଏଲ୍‌ଏସି ଉଲ୍ଲଂଘନ କରି ଭାରତୀୟ ସୀମା ମଧ୍ୟକୁ ଜୋରଜବରଦସ୍ତ ପଶିଆସିଥିଲେ । ସେତେବେଳେ ଭାରତୀୟ ସେନା ଏବଂ ଚୀନ ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ଖବର ମିଳିଥିଲା ଯେ, ଭାରତୀୟ ସେନାର ଯବାନମାନେ ଚୀନ ସେନାର କିଛି ସୈନ୍ୟଙ୍କୁ ବନ୍ଧକ ରଖିଥିଲେ । ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ବୈଠକ ପରେ ଯାଇ ସେମାନଙ୍କୁ ଛଡାଯାଇଥିଲା । ତେଣୁ ଏହି ଘଟଣାକୁ ନେଇ ଚୀନର କିଛି ସରକାରୀ ସାମ୍ବାଦିକ ଭାରତୀୟ ସେନାର ଯବାନଙ୍କୁ ବନ୍ଧକ ରଖାଯାଇଥିବା ନେଇ ଫଟୋ ସୋସିଆଲ ମିଡିଆରେ ଜାରି କରିଥିଲେ ।

ଖବର ମୁତାବକ, ଲଦାଖକୁ ଲାଗିଥିବା LACରେ ଥିବା ଉତ୍ତେଜନାକୁ ଦୂର କରିବା ପାଇଁ ରବିବାର ଦିନ ଭାରତ ଏବଂ ଚୀନ୍‌ର ସାମରିକ କମାଣ୍ଡୋଙ୍କ ମଧ୍ୟରେ ୧୩ତମ ରାଉଣ୍ଡ ବୈଠକ ହେବାକୁ ଯାଉଛି । ଏହି ବୈଠକ PLA ସେନାର ମଲଡୋ ଗ୍ୟାରିସନରେ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବ ଲଦାଖର ହଟ୍‌ ସ୍ପ୍ରିଙ୍ଗ୍‌ରୁ ଦୁଇ ଦେଶର ସୈନ୍ୟ ହଟାଯିବା ନେଇ ଆଲୋଚନା ହେବ । ଏହା ପୂର୍ବରୁ ୧୨ତମ ବୈଠକରେ ପୂର୍ବ ଲଦାଖକୁ ଲାଗିଥିବା ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC) ର ଫିଙ୍ଗର ଏରିୟା, କୈଳାଶ ପର୍ବତ ରେଞ୍ଜ୍ ଏବଂ ଗୋଗ୍ରା ଅଞ୍ଚଳରେ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ହୋଇସାରିଛି । କିନ୍ତୁ ହଟ୍‌ ସ୍ପ୍ରିଙ୍ଗ୍, ଡେମଚୋକ୍‌ ଏବଂ ଡେପ୍‌ସାଙ୍ଗ ପ୍ଲେସ୍‌ରେ ବିବାଦ ଏବେ ବି ଲାଗିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.