କରୋନା ମୁକାବିଲା ପାଇଁ ମିଳିଲା ବଡ ସଫଳତା, ଭାକସିନ୍ ପ୍ରସ୍ତୁତ କରିଥିବା ଚୀନର ଦାବି
5/03/2020 at 6:36 PM

ବେଜିଂ ୦୫|୦୩: କରୋନା ଭାଇରସ ବିରୋଧରେ ଲଢିବା ପାଇଁ ଚୀନକୁ ଏକ ବଡ ସଫଳତା ମିଳିଛି। କରୋନା କୋଭିଡ-୧୯ରୁ ରକ୍ଷା ପାଇବା ପାଇଁ ଏକ ଭାକସିନର ସନ୍ଧାନ ମିଳିଥିବା ଚୀନ ଦାବି କରିଛି। ଏହି ଭାଇରସର ଆତଙ୍କ ସାରା ବିଶ୍ୱରେ ଦେଖିବାକୁ ମିଳିଛି।
ଏହି ଭାକସିନକୁ ଚୀନ ସେନାର ସେହି ମେଜର ଜେନେରାଲଙ୍କ ଟିମ୍ ବାହାର କରିଛି, ଯିଏ କିଛି ବର୍ଷ ପୂର୍ବରୁ ଏସଏଆରଏସ ଓ ଇବୋଲା ଭଳି ବିପଦଜ୍ଜନକ ଭାଇରସରୁ ବର୍ତ୍ତିବା ପାଇଁ ଭାକସିନ୍ ପ୍ରସ୍ତୁତ କରିଥିଲେ। ଏହାସହ ବିଶ୍ୱକୁ ଏହି ମାରାତ୍ମକ ରୋଗକୁ ରକ୍ଷା କରିଥିଲେ।

ଚୀନ ସେନାର ମେଡିକାଲ ଟିମ ଗତ ଏକ ମାସ ହେଲା ବୁହାନରେ ପିପୁଲସ୍ ଲିବରେସନ ଆର୍ମିର ସ୍ୱାସ୍ଥ୍ୟ ବିଶେଷଜ୍ଞ ସେନ୍ ବେଇଙ୍କ ନେତୃତ୍ୱରେ ଏହି ଭାକସିନକୁ ପ୍ରସ୍ତୁତ କରିବାରେ ଲାଗିଥିଲା। ଚାଇନା ସେଣ୍ଟ୍ରାଲ ଲିବରେସନ ଟିଭି ଅନୁସାରେ, ସେନଙ୍କ ଟିମ୍ କରୋନା ଭାଇରସର ଏହି ଭାକସିନକୁ ପ୍ରସ୍ତୁତ କରିବାରେ ସଫଳତା ପାଇଛି।

୫୩ ବର୍ଷୀୟା ସେନ୍ ଭାକସିନର କ୍ଲିନିକାଲ ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି। ଏହି ଖବର ଆସିବା ପରେ ଚୀନର ସୋସିଆଲ ମିଡିଆରେ ଖୁସିର ମାହୋଲ ଖେଳିଯାଇଛି। ଏହାର ସଫଳତାକୁ ନେଇ ଅନେକ ପୋଷ୍ଟ୍ ଭାଇରାଲ ହେଉଛି।