ନୋ ଟୁ ଚାଇନା ଆପ୍ : ପ୍ଲେ ଷ୍ଟୋରରେ ହ୍ରାସ ପାଇଲା ଟିକଟକ୍, ପବଜୀ ଡାଉନଲୋଡ୍

Published By : Prameya-News7 Bureau | June 26, 2020 IST

ନୂଆଦିଲ୍ଲୀ, ୨୬|୦୬ :   ଭାରତ  ଓ ଚୀନ ମଧ୍ୟରେ ଦେଖାଦେଇଥିବା ବିବାଦ ମଧ୍ୟରେ ଏବେ ଚାଇନା ସାମଗ୍ରୀ ବର୍ଜନ ପାଇଁ ଦେଶରେ କ୍ୟାମ୍ପେନ୍ ଆରମ୍ଭ ହୋଇଯାଇଛି । ଭାରତୀୟମାନେ ଏବେ ଚାଇନାର କୌଣସି ସାମଗ୍ରୀ ନକିଣିବା ପାଇଁ ଚାହୁଁଛନ୍ତି । କେବଳ ସାମଗ୍ରୀ ନୁହେଁ ଚାଇନା ଆପ୍ଲିକେସନରୁ ମଧ୍ୟ ମୋବାଇଲରୁ ଅନଇନଷ୍ଟଲ୍ କରିଦେଉଛନ୍ତି ।

ଚୀନ ପାଇଁ ଭାରତ ହେଉଛି ସର୍ବବୃହତ ବଜାର । ଚାଇନା ମୋବାଇଲ, ଖେଳଣା, ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ଆଦି ଭାରତରେ ବିକ୍ରି କରିଥାଏ । ଏତତ୍ ବ୍ୟତୀତ ଚାଇନା ଅପ୍ଲିକେସନକୁ ମଧ୍ୟ ଅନେକ ଭାରତୀୟ ୟୁଜର ବ୍ୟବହାର କରୁଛନ୍ତି । କିନ୍ତୁ ଏବେ ଏହି ଆପ୍ଲିକେସନଗୁଡିକୁ ଲଗାତାର ଭାବେ ଅନଇନଷ୍ଟଲ୍ କରାଯାଉଛି । ପ୍ଲେ ଷ୍ଟୋରରୁ ପୂର୍ବପରି ଡାଉନଲୋଡ୍ ମଧ୍ୟ କରାଯାଉ ନାହିଁ । କହିବାକୁ ଗଲେ ଅନେକ ପପୁଲାର୍ ଆପ୍‌ର ଚାହିଦା କମିଯାଇଛି ।

SENSOR TOWER ରିପୋର୍ଟ ଅନୁସାରେ, ଚାଇନିଜ୍ ଲାଇଭ୍ ଷ୍ଟ୍ରିମିଂ ଆପ୍ ବିଗୋ ଲାଇଭ୍, ସର୍ଟ ଭିଡିଓ ଆପ୍ ଲାଇକି ଓ ଗେମିଂ ଆପ ପବଜୀର ଡାଉନଲୋଡ୍ ହ୍ରାସ ପାଇଛି । ଜୁନ ମାସରେ ଏହାକୁ ଅଧିକ ଥର ଡାଉନଲୋଡ୍ କରାଯାଇ ନାହିଁ । ଟିକଟକ୍ ଓ ହେଲୋ ଆପର ଡାଉନଲୋଡରେ ଏପ୍ରିଲ ମାସରୁ ହ୍ରାସ ପାଉଛି ।

କେଉଁ ଆପ୍ କେତେ ହ୍ରାସ ପାଇଛି

ଟିକଟକ୍ ମେରୁ ୨୨ ଜୁନ୍ ଯାଏଁ ୩୮ ପ୍ରତିଶତ ହ୍ରାସ ପାଇଛି । ଏପ୍ରିଲରେ ଏହାର ଡାଉନଲୋଡ୍ ୨.୩୫ କୋଟି, ମେ ମାସରେ ୨.୨୪ କୋଟି ଥିବାବେଳେ ଜୁନ୍ ୨୨ ଜୁନ୍ ଯାଏଁ ୧.୩୯ କୋଟି ରହିଛି ।

ହେଲୋ ଆପ୍ଲିକେସନ୍ ମେ ରୁ ୨୨ ଜୁନ୍ ଯାଏଁ ୩୮ ପ୍ରତିଶତ ହ୍ରାସ ପାଇଛି । ଏପ୍ରିଲରେ ୧.୬୬ କୋଟି, ମେ ମାସରେ ୧.୪୯ କୋଟି ଥିବାବେଳେ ଜୁନ୍ ମାସରେ ୯୨ ଲକ୍ଷ ଡାଉନଲୋଡ୍ ହୋଇଛି ।

ବିଗୋ ଲାଇଭ୍: ଏପ୍ରିଲରେ ୨୫ ଲକ୍ଷ, ମେ ମାସରେ ୨୬ ଲକ୍ଷ ହୋଇଥିବା ବେଳେ  ୨୨ ଜୁନ୍ ଯାଏଁ ୧୮ ଲକ୍ଷ ଡାଉନଲୋଡ୍ ହୋଇଛି ।

ଲାଇକ୍: ଏପ୍ରିଲରେ ୬୭ ଲକ୍ଷ, ମେ ମାସରେ ୭୦ ଲକ୍ଷ ହୋଇଥିବାବେଳେ ଜୁନରେ ୪୩ ଲକ୍ଷ ଡାଉନଲୋଡ୍ ହୋଇଛି ।

ପବଜୀ ଏପ୍ରିଲରେ ୯୯ ଲକ୍ଷ, ମେ ମାସରେ ୧.୨୨ କୋଟି ହୋଇଥିବାବେଳେ ଜୁନ୍ ରେ ୬୬ ଲକ୍ଷ ଡାଉନଲୋଡ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.