ଚୀନର ଭୟଙ୍କର ଚାଲ୍… ଭାରତକୁ ଆତ୍ମଘାତୀ ଆତଙ୍କବାଦୀ ପଠାଇ ବଡ ହମଲା ପାଇଁ ପାକିସ୍ତାନକୁ ଦେଇଛି ନିର୍ଦ୍ଦେଶ

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ, ୧୯|୦୬:   ଭାରତ ସହ ସମ୍ମୁଖ ଯୁଦ୍ଧ କରିବା ପାଇଁ ଚୀନର ସାହସ ହେଉନାହିଁ । ତେଣୁ ପଛରୁ ଛୁରା ମାରିବାର ଷଡଯନ୍ତ୍ର  ଆରମ୍ଭ କରିଛି ଡ୍ରାଗନ୍ । ପାକିସ୍ତାନକୁ କରିଛି ଅସ୍ତ୍ର । ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନକୁ ଭାରତରେ ଆତଙ୍କବାଦ ଲାଗି ଚୀନ ନିର୍ଦ୍ଦେଶ ଦେଇଛି । ଭାରତକୁ ଅଧିକ ଆତ୍ନଘାତୀ ପଠାଇବାକୁ ପିପୁଲ୍ସ ଲିବରେସନ ଆର୍ମୀ ଏକ ବ୍ଲୁ-ପ୍ରିଣ୍ଟ କରିଛି । ଏହି ସୂଚନା ଭାରତୀୟ ଗୁଇନ୍ଦା ସଂସ୍ଥା ହାତରେ ଲାଗିଛି ।   

ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନାରେ କୁହାଯାଇଛି ଯେ, ଚୀନ ସହ ମିଶି ପାକିସ୍ତାନ ଏନଏଚ୪୪ରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର ରଚୁଛି । ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବୃଦ୍ଧି କରିବା ପାଇଁ କୁହାଯାଇଛି । ଆଦିଲ ଅହମ୍ମଦକୁ ଏହି ଦାୟିତ୍ୱ ଦିଆଯାଇଛି । ଆହୁରି ମଧ୍ୟ ଭାରତରେ ଥିବା ଆତଙ୍କବାଦୀଙ୍କୁ ବଡ ଧରଣର ଆକ୍ରମଣ ପାଇଁ କୁହାଯାଇଛି । ଆତଙ୍କବାଦୀଙ୍କ ସହ କିଛି ଆଇଏସଆଇ ଏଜେଣ୍ଟ ରହିଛନ୍ତି ।  ପାକ୍ ସୀମା ନିକଟରେ ଥିବା କଟୋତି ଅଞ୍ଚଳରେ  ଲଶ୍କର ଏ ତୋଏବାର ୬ ଆତଙ୍କବାଦୀଙ୍କ ସହ ଆଇଏସଆଇର ୩ଜଣ ଝେଣ୍ଟ ରହିଛନ୍ତି । ପ୍ରଥମେ ସେମାନେ ମାଷ୍ଟର ଔରଙ୍ଗଜେବ ଓ ପରେ ମାଷ୍ଟର ପରଭେଜଙ୍କ ଘରେ ରହିଥିଲେ । ଏମାନେ ମେଢର ବାଟାଲିୟନ ନିକଟରେ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ।

ଆହୁରି ମଧ୍ୟ ସୂଚନା ମିଳିଛି ଯେ,  ଜୈଶର ୪ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ଚେଷ୍ଟା ଚଳାଇଛନ୍ତି । ପୁଞ୍ଚ ସହାପୁର ଅଞ୍ଚଳ ଦେଇ ଏମାନେ ଅନୁପ୍ରବେଶ କରିବେ ବୋଲି ସୂଚନା ମିଳିଛି । ଏହି ସମୟରେ ପାକିସ୍ତାନ ସୀମା ଅସ୍ତ୍ରବିରତି ଉଲଙ୍ଘନ କରି ଭାରତୀୟ ସେନାର ଧ୍ୟାନ ହଟାଇବାକୁ ଚାହିଁବ ।

ରିପୋର୍ଟ ଅନୁସାରେ, ଏନଏଚ ୪୪ ନିକଟରେ ଅନେକ ସନ୍ଦିଗ୍ଧ ବ୍ୟକ୍ତି ଦେଖିବାକୁ ମିଳିଛନ୍ତି । ଏମାନେ ସୁରକ୍ଷାକର୍ମୀଙ୍କ ବିଭିନ୍ନ ତଥ୍ୟ ସଂଗ୍ରହ କରୁଥିବା ଗୁଇନ୍ଦା ବିଭାଗ କହିଛି । ପାକିସ୍ତାନ ଚୀନକୁ ଖୁସି କରିବାକୁ ଏପରି କରୁଛି । ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି ଚୀନ । ଏହି ସୂଚନା ପରେ ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟ ହାଇ ଆଲର୍ଟରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.