ଅଷ୍ଟ୍ରେଲିଆ ଉପରେ ଚୀନ୍‌ର ଅନଲାଇନ୍ ଆଟାକ୍ : ଜଣେ ଅଷ୍ଟ୍ରେଲୀୟ ସୈନିକ ଶିଶୁ ହତ୍ୟା କରୁଥିବାର ଫେକ୍ ଫଟୋ ଛାଡିଛି ବେଜିଂ

Published By : Prameya-News7 Bureau | November 30, 2020 IST

ସିଡନୀ,୩୦/୧୧:  ଅନ୍ୟ ଦେଶକୁ ବଦନାମ କରିବାକୁ ଚାଲ୍ କରୁଛି ଡ୍ରାଗନ୍ । କହୁଛି ମିଛ । ଏପରିକି ଦୁନିଆରେ ଆଗରେ ଅପପ୍ରଚାର କରୁଛି । ଏବେ ଚୀନ ଅଷ୍ଟ୍ରେଲିଆକୁ ବଦନାମ କରିବାକୁ ଏକ ଫେକ୍ ଫଟୋର ସାହାରା ନେଇଛି । ଚୀନ ସରକାର ଟ୍ୱିଟରରେ ଏକ ଫଟୋ ଭାଇରାଲ କରିଛନ୍ତି । ଯେଉଁଥିରେ ଜଣେ ଅଷ୍ଟ୍ରେଲୀୟ ସୈନିକ ଆଫଗାନର ଏକ ଶିଶୁର ଗଳାକାଟି ହତ୍ୟା କରୁଛନ୍ତି । ଏପରିକି ଗଳାକାଟିବା ବେଳେ ସେ ହସୁଥିବା ଦେଖିବାକୁ ମିଳିଛି । କିନ୍ତୁ ପ୍ରକୃତରେ ଏହି ଫଟୋ ଫେକ୍ ।

ଚୀନ ବୈଦେଶିକ ମନ୍ତ୍ରୀ ଲିଜନ ଝାଓଙ୍କ କହିବାନୁସାରେ, ଅଷ୍ଟ୍ରେଲିଆ ସେନା ନୀରିହ ଆଫଗାନ ଶିଶୁଙ୍କୁ ହତ୍ୟା କରୁଛି । ଜଣେ ସୈନ୍ୟ ହସହସ ମୁହଁରେ ଶିଶୁର ଗଳାକୁ ଏକ ଛୁରୀରେ କାଟୁଛନ୍ତି । ଏହାକୁ ଚୀନ ବିରୋଧ କରୁଛି । ଫଟୋରେ ଶିଶୁ ସହ ଏକ ମେଣ୍ଢା ଛୁଆ ମଧ୍ୟ ରହିଛି । ଅଷ୍ଟ୍ରେଲିଆ ଆଫଗାନିସ୍ତାରେ କରିଥିବା ଏକ ଛୋଟିଆ ଅପରେସନ ପରେ ଏହି ଫଟୋ ଭାଇରାଲ କରିଛି ଚୀନ । ଅଷ୍ଟ୍ରେଲିଆର ଏହି ଅପରେସରେ ତାଲିବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । କିନ୍ତୁ କୌଣସି ସାଧାରଣ ଲୋକଙ୍କ ଜୀବନହାନୀ ହୋଇନଥିଲା ।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏହି ଫଟୋକୁ ନିନ୍ଦା କରିବା ସହ ଫେକ୍ ବୋଲି କହିଛନ୍ତି ।ଏପରିକି ସୋସିଆଲ ମିଡିଆରୁ ଫଟୋ ହଟାଇବା ପାଇଁ ଚୀନ୍ ଓ ଟ୍ୱିଟରରୁ କହିଛନ୍ତି । ଏହାସହ ଚୀନ ସରକାର ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି । ଏପରି ଫେକ୍ ଫଟୋକୁ ଅଷ୍ଟ୍ରେଲିଆ ନିନ୍ଦା କରେ ।

ସେ ଆହୁରି କହିଛନ୍ତି ଯେ, ଚୀନ ଯେଉଁ ଫଟୋ ପୋଷ୍ଟ କରିଛି  ଅଷ୍ଟ୍ରେଲୀୟ ଯବାନ ମାନବିକତାର ପରିଚୟ ଦିଅନ୍ତି । ୧୦୦ ବର୍ଷ ଧରି ସେମାନେ ନିଜର ସାହସ ତଥା ମାନବକିତା ପ୍ରଦର୍ଶନ କରି ଆସୁଛନ୍ତି ।ଏନେଇ ସେ ଚୀନ ରାଷ୍ଚ୍ରପତିଙ୍କ ସମେତ ଅନ୍ୟ ମନ୍ତ୍ରୀଙ୍କୁ ଫୋନ କରିଥିଲେ ମଧ୍ୟ କେହି ରିସିଭ୍ କରିନଥିଲେ ।  ଏହି ଫଟୋ ପରେ ଉଭୟ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.