Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ପାହାଡ ତଳକୁ ଖସିଲା ବସ୍, ହେଲ୍‌ପର ଗୁରୁତର
  • ||
  • ବୌଦ୍ଧ : ଅଟୋକୁ ଧକ୍କା ଦେଲା ହାଇଓ୍ବା : ଚାଲିଗଲା ମା’, ପୁଅ ଓ ଝିଅଙ୍କ ଜୀବନ
  • ||
  • ବ୍ରହ୍ମପୁର : ପଛରୁ ଆସି ଝାମ୍ପି ନେଲେ ୨ଲକ୍ଷ ଟଙ୍କା, ଲୁଟେରାଙ୍କ ଆକ୍ରମଣରେ ବାଇକ ଆରୋହୀ ଗୁରୁତର
  • ||
  • ବ୍ରହ୍ମପୁର : ୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
  • ||
  • ବ୍ରହ୍ମପୁରରେ ନକଲି ଲଙ୍କାଗୁଣ୍ଡ କାରଖାନା ଠାବ, ବିପୁଳ ପରିମାଣର ସାମଗ୍ରୀ ଜବତ
  • ||
  • ମୋହନା : ଅପରେସନ୍ ଗ୍ରୀନ କ୍ଲିନ୍, ପୁଣି ୧୨ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||

କରୋନା ଭାଇରସକୁ ନେଇ ଆମେରିକା-ଚୀନ ମୁହାଁମୁହିଁ, ପରସ୍ପର ଉପରେ ଲଦିଲେ ଦୋଷ

25/03/2020 at 11:13 AM

ନ୍ୟୁୟର୍କ, ୨୫|୦୩: ଚୀନ ଓ ଋଷର ବିଭିନ୍ନ ଗଣମାଧ୍ୟମ କରୋନା ଭାଇରସକୁ ଆମେରିକାର ଷଡଯନ୍ତ୍ର ବୋଲି କହୁଛନ୍ତି । ଏହାକୁ ନେଇ ଆମେରିକା ବ୍ୟାକଫୁଟରେ ରହିଛିା ଆମେରିକା ବର୍ତ୍ତମାନ ଏହି ମାରାତ୍ମକ ଭାଇରସ ଚୀନ ଲ୍ୟାବରେ ପ୍ରସ୍ତୁତ ହୋଇଥିବା ପ୍ରମାଣ କରିବାରେ ଲାଗିଛି । ଏହାସହ ନିଜ ଦେଶର ନାଗରିକଙ୍କୁ ଗୁଜବରେ ଧ୍ୟାନ ନଦେବା ପାଇଁ ପରାମର୍ଶ ମଧ୍ୟ ଦେଉଛି । ତେବେ ଆମେରିକାରେ ମଧ୍ୟ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।

ସନ୍ଦେହ ଘେରରେ ଆମେରିକା

ଚୀନ ଓ ଇରାନରେ କରୋନା ହାହାକାର ସୃଷ୍ଟି କରିବା ପରେ ଏବେ ଆମେରିକା ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ ହେଉଛି । ଆମେରିକା ମଧ୍ୟ ଏଥିପାଇଁ ଚୀନ, ଋଷ ଓ ଇରାନକୁ କାଠଗଡାକୁ ଟାଣିଛି । ଏହି ଦେଶମାନେ କୋଭିଡ-୧୯ ବାବଦରେ ସଠିକ ସୂଚନା ଦେଇଥିଲେ ଏହାକୁ ରୋକାଯାଇ ପାରିଥାନ୍ତା ବୋଲି ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ କହିଛନ୍ତି । ଏହି ତିନୋଟି ଦେଶ ଅପପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି ।

ମାଇକ ପାମ୍ପିଓ ଆହୁରି କହିଛନ୍ତି ଯେ, ଚୀନ, ଋଷ ଓ ଇରାନ ଏହି ଭାଇରସକୁ ନେଇ ସଠିକ ତଥ୍ୟ ଦେଇ ନାହାଁନ୍ତି । କରୋନାକୁ ନେଇ ଅନେକ ମିଛ ଖବର ପ୍ରକାଶ ପାଇଛି । ଅନେକ ଅଭିନେତା ମଧ୍ୟ ଗୁଜବ ସୃଷ୍ଟି କରୁଛନ୍ତି । କିଛି ସ୍ଥାନରେ ଆମେରିକା ସେନା ପାଇଁ କରୋନା ବ୍ୟାପିଥିବା କୁହାଯାଇଛି । ତେଣୁ ଆମେରିକାରେ ଲକଡାଉନ୍ କରାଯାଉଛି । ତେବେ ଆମେରିକା ନିଜେ କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଚେଷ୍ଟା କରୁଛି । ଆମେରିକା ନାଗରିକ ଏଥିପ୍ରତି ଦୃଷ୍ଟି ନଦେବାକୁ ସେ ଅପିଲ ମଧ୍ୟ କରିଛନ୍ତି ।

ଆମେରିକା ରଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାକୁ ଲଗାତାର ଭାବେ ଚୀନ ଭାଇରସ କହି ଆସୁଛନ୍ତି । ଫଳରେ ଟ୍ରମ୍ପଙ୍କୁ ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବାକୁ ପଡିଛି । କିନ୍ତୁ କରୋନାକୁ ଚୀନ ଭାଇରସ କହିବା ଭୁଲ ନୁହେଁ ବୋଲି ସେ କହିଛନ୍ତି । କାରଣ ଏହି ଭାଇରସ ଚୀନରୁ ସୃଷ୍ଟି ହୋଇଛି । ଆମେରିକା ସାଂସଦ ଟମ୍ କଣ୍ଟନ ଏହି ଭାଇରସ ପାଇଁ ଚୀନର କମ୍ୟୁନିଷ୍ଟ୍ ପାର୍ଟିକୁ ଦାୟୀ କରିଛନ୍ତି ।

ସୂଚନାଯୋଗ୍ୟ, ଏବେ ସୁଦ୍ଧା କରୋନା ଭାଇରସ କୌଣସି ଲ୍ୟାବରେ ସୃଷ୍ଟି ହୋଇଥିବା ପ୍ରମାଣ ମିଳିନାହିଁ । ଅନେକ ବିଶ୍ୱବିଦ୍ୟାଳୟ ଏହି ଭାଇରସ ଜୀବଜନ୍ତୁଙ୍କଠାରୁ ମଣିଷଙ୍କୁ ବ୍ୟାପିଥିବା କହିଛନ୍ତି ।

   Related Posts