Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଚୀନର ପରମାଣୁ କେନ୍ଦ୍ରରୁ ତେଜସ୍କ୍ରିୟ ଲିକ୍, ୭ ଦିନ ଖବର ଚାପି ରଖିଛି ବେଜିଂ, ଫ୍ରାନ୍ସର କମ୍ପାନୀର ଅଭିଯୋଗ ପରେ ତଦନ୍ତ ଅଣ୍ଟା ଭିଡିଲା ଆମେରିକୀୟ ଏଜେନ୍ସି !

15/06/2021 at 3:04 PM

ବେଜିଂ,୧୫/୦୬:   ଚୀନର ଏକ ନ୍ୟୁକ୍ଲିଅର ପ୍ଲାଣ୍ଟରେ ହୋଇଥିବା ଲିକ୍ କାରଣରୁ ଭୟର ବାତାବରଣ ଖେଳିଯାଇଛି । ଗୋଟିଏ ସପ୍ତାହ ପୂର୍ବରୁ ହୋଇଥିବା ଏହି ଲିକ୍ ଘଟଣା ଚୀନ୍ ଏବେସୁଦ୍ଧା ଲୁଚାଇ ରଖିଥିଲା । କିନ୍ତୁ ସତ ସାମ୍ନାକୁ ଆସିଛି । ଏହି ପ୍ଲାଣ୍ଟରେ ଫ୍ରାନ୍ସର ପାଓ୍ୱାର ଗ୍ରୁପ୍ ଇଡିଏଫର ୩୦ ପ୍ରତିଶତ ସେୟାର ରହିଛି । ଇଡିଏଫ ଏହି ଲିକ୍‌କୁ ନେଇ ଯାଞ୍ଚ୍ ଆରମ୍ଭ କରିଛି । ତେବେ କେଉଁ କାରଣରୁ ଏହି ଲିକ୍ ହୋଇଛି ସେନେଇ କୌଣସି ତଥ୍ୟ ମିଳିପାରି ନାହିଁ ।

ସିଏନଏନ ରିପୋର୍ଟ ଅନୁସାରେ, ଚୀନର ପର୍ଲ ରିଭର୍ ଡେଲଟା ଅଞ୍ଚଳରେ ଏହି ପ୍ଲାଣ୍‌ଟ୍ ରହିଛି । ଗତ ଏକ ସପ୍ତାହ ଧରି ଆମେରିକା ସରକାର ଏହି ଲିକ୍‌କୁ ନେଇ ଆକଳନ କରୁଥିଲେ । ତେବେ ଫ୍ରାନ୍ସ କମ୍ପାନୀ ଏନେଇ ଆମେରିକାର ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏନର୍ଜିକୁ ସାହାଯ୍ୟ ମାଗୁଛି । କମ୍ପାନୀ ରେଡିଓଲୋଜିକାଲ ବିପଦକୁ ନେଇ ଚେତାବନୀ ମଧ୍ୟ ଦେଇଛି । ପ୍ଲାଣ୍ଟରୁ ରେଡିଓଆକ୍ଟିଭ୍ ବିକିରଣ ହେଉଥିବା କୁହାଯାଇଛି ।

ଇଡିଏଫ କମ୍ପାନୀର ମୁଖପାତ୍ର କହିଛନ୍ତି ଯେ, ଯେଉଁ ଗ୍ୟାସ୍ ଲିକ୍ ହୋଇଛି ତାହା ନିଷ୍କ୍ରିୟ ଗ୍ୟାସ୍ ଅଟେ । କିନ୍ତୁ ଏଥିରେ ରେଡିଓଆକ୍ଟିଭ୍ ଗୁଣ ରହିଥାଇପାରେ । ଭବିଷ୍ୟତରେ ଅଧିକ ଗ୍ୟାସ୍ ଲିକ୍ ହେଲେ ବଡ ବିପଦ ରହିଛି । ତେବେ ଆମେରିକୀୟ ଅଧିକାରୀଙ୍କ କହିବାନୁସାରେ, ଏହି ଲିକ୍ ଦ୍ୱାରା କୌଣସି ବଡ ବିପଦ ସୃଷ୍ଟି ହେବ ନାହିଁ । କିନ୍ତୁ ଯାଞ୍ଚ୍ ହେବ । ଇଡିଏଫ ତଦନ୍ତ ଆମେରିକାର ସାହାଯ୍ୟ ମାଗିଥିଲେ ମଧ୍ୟ ଚୀନ୍ ଏହାକୁ ଖଣ୍ଡନ କରିଛି ।

ସୂଚନାଯୋଗ୍ୟ, ପ୍ରାୟ ୩୫ ବର୍ଷ ପୂର୍ବେ ୧୯୮୬ରେ ଚେନାବିଲରେ ଏକ ପରମାଣୁ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ହୋଇଥିଲା । ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ଏହାର ରେଡିଏସନ୍ ଏତେମାତ୍ରରେ ଥିଲା ଯେ, ଶହେ କିମି ଦୂରରେ ଥିବା ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

   Related Posts