ନେପାଳର ଗାଁ ଖାଲିକଲା ଚୀନ୍, କହିଲା ଝାଙ୍ଗମୁ ପ୍ରାନ୍ତ ଅନ୍ତର୍ଗତ ଅଞ୍ଚଳ

Published By : Prameya-News7 Bureau | June 24, 2020 IST

କାଠମାଣ୍ଡୁ ୨୪।୬:  ପୂର୍ବ ଲଦ୍ଦାଖ ସୀମାରେ ଭାରତଠାରୁ ମୁଥ ଖାଇବା ପରେ ଚୀନ୍‌ ଏବେ ସୀମା ସଲଗ୍ନ ନେପାଳ କବଜା କରିବାରେ ଲାଗିଛି। ଏହି କ୍ରମରେ ନେପାଳର ଋଇ ଗାଁକୁ ବେଦଖଲ କରିଥିବା ବେଳେ ତୀବ୍ବତ୍ ସୀମାକୁ ଲାଗି ରହିଥିବା କୋଡାରୀ ଗାଁକୁ ନିଜର ଦାବି କରିଛି। ଏଥିପାଇଁ ଗ୍ରାମବାସୀଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିଦେବାକୁ କହିଛି।

{"id":291016,"width":577,"height":380,"sizeSlug":"large"}

ସୀମା ସଲଗ୍ନ ନେପାଳକୁ ନିଜ କବଜାକୁ ନେବା ଲାଗି ଚୀନ୍‌ ଦୀର୍ଘ ଦିନରୁ ଉଦ୍ୟମ ଚଳାଇଥିଲା। ଏଥିଲାଗି ୧୧ଟି ନଦୀର ଗତି ପଥ ବଦଳାଇଥିବାର ନେପାଳ କୃଷି ମନ୍ତ୍ରାଳୟ ସୂଚନାରୁ ଜଣାପଡିଛି। ନଦୀ ଗତିପଥ ବଦଲିବା ପରେ ଏବେ ଚୀନ୍‌ ସେନାକୁ ନେପାଳ ଦଖଲ କରିବା ସହଜ ହୋଇଛି। ମିଳିଥିୂବା ସୂଚନା ଅନୁସାରେ ଚୀନ୍‌ ସେନା ଏବେ କୋଡାରୀ ଗାଁରେ ପହଞ୍ଚି ଯାଇଛନ୍ତି। ସେମାନେ ଗାଁ ଲୋକଙ୍କୁ ମାରପିଟ କରିବା ସହ ତୁରନ୍ତ ଗାଁ ଖାଲି କରିବାକୁ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳ ତୀବ୍ବତର ଝାଙ୍ଗମୁ ଅନ୍ତର୍ଗତ ବୋଲି ଚୀନ୍‌ ସେନା ଗ୍ରାମବାସୀଙ୍କୁ କହିଛି।

{"id":291018,"sizeSlug":"large"}

ସୂଚନା ଯୋଗ୍ୟଯେ ତୀବ୍ବତ-ଚୀନ ସୀମାବର୍ତ୍ତି ଅର୍ଣ୍ଣିକୋ ହାଇ-ୱେର ନେପାଳ ଶେଷ ମୁଣ୍ଡକୁ ରହିଛି କୋଡାରୀ ଗାଁ। ଚୀନ୍‌ ୨୦୦୮ ମସିହାରେ ନେପାଲ ସୀମାରେ ରେଳଲାଇନ୍‌ ବିଛାଇଥିଲା। ଏହି ରେଲ ନେୱାର୍ଟ ସେତେବେଳେ ତୀବ୍ବତ ରାଜଧାନୀ ଲାସାକୁ ଚୀନ୍‌ର ଝାଙ୍ଗମୁ ସହ ସଂଯୁକ୍ତ କରିଥିଲା। ୨୦୧୨ ମସିହାରେ ଚୀନ୍‌ ରେଳ ନେଟୱାର୍କ ନେଇ ନେପାଳ ସହ ଏକ ରାଜିନାମା ସ୍ୱାକ୍ଷର କରିଥିଲା। ଏହି ରାଜିନାମା ଅନୁସାରେ କୋଡାରୀ ନେପାଳକୁ ୬ଟି ଏଣ୍ଟ୍ରି ପଏଣ୍ଟ ମଧ୍ୟରୁ ଗୋଟିଏ ଥିଲା। ତେବେ ଗତ ୨୦୧୫ ଭୀଷଣ ଭୂମିକମ୍ପ ଯୋଗୁ ଚୀନର ରେଳ ଓ ଜାତୀୟ ରାଜମାର୍ଗ ବନ୍ଦ ହୋଇଯାଇଥିଲା। କେବଳ ଋଇ ଅଥବା କୋଡାରୀ ନୁହେଁ ଚୀନ୍‌ ନେପାଳର ୧୧ଟି ଅଞ୍ଚକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି। ଏହି ସବୁ ଅଞ୍ଚଳର ଲୋକେ ଏବେ ନିଜ ଅଧିକାରୀ ଲାଗି ଲଢେଇ କରୁଥିବା ବେଳେ ନେପାଳର ଓଲି ସରକାର ନିରବତା ଅବଲମ୍ବନ କରୁଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.