ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ଆକ୍ରମଣ

Published By : Prameya-News7 Bureau | November 20, 2018 IST

ଦିଲ୍ଲୀ ୨୦/୧୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ଜଣେ ଦୁର୍ବୁର୍ତ୍ତ ଲଙ୍କା ଗୁଣ୍ଡ ଆକ୍ରମଣ କରିଛି | ଦିଲ୍ଲୀ ସେକ୍ରେଟେରିଏଟର ଥାର୍ଡ଼ ଫ୍ଲୋରରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ବାହାରେ ଜଣେ ଦୁର୍ବୁର୍ତ୍ତ କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ଫୋପାଡ଼ି ଦେଇଥିଲା | କେଜ୍ରିୱାଲ ସେତେବେଳେ ଅପରାହ୍ନ ଭୋଜନ ପାଇଁ ଯାଉଥିଲେ | ଘଟଣା ପରେ ଆମ ଆଦମୀ ପାର୍ଟି ମେମ୍ବର ପୋଲିସକୁ ତୁରନ୍ତ ଖବର ଦେଇଥିଲେ | ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି | ଅଭିଯୁକ୍ତ ଜଣକ ହେଲା ଅନିଲ ଶର୍ମା | ପୋଲିସ ଅଭିଯୁକ୍ତକୁ ଧରି ପଚରାଉଚୁରା କରୁଛି | ମୁଖ୍ୟମନ୍ତ୍ରୀଙ୍କ ଆମ ଆଦମୀ ପାର୍ଟି ଏନେଇ ଟ୍ୱିଟ କରିଛି ଯେ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇପଡିଛି | ଏଠାରେ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ସୁରକ୍ଷିତ ନୁହନ୍ତି | ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପରିଦର୍ଶନ ଗୃହରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲା | ସେ ଏକ ସିଗାରେଟ ପ୍ୟାକେଟରେ ଲଙ୍କା ଗୁଣ୍ଡ ଲୁଚାଇ ରଖିଥିଲା | ସେ ଏକ ଚିଠି ଦେବା ପାଇଁ ସେଠାକୁ ଆସିଥିଲା | କେଜ୍ରିୱାଲ ଭୋଜନ ପାଇଁ ବାହାରକୁ ବାହାରିଥିଲେ | ସେତେବେଳେ ଅଭିଯୁକ୍ତ କେଜ୍ରିୱାଲଙ୍କୁ ପ୍ରଣାମ କରିବା ପାଇଁ ତଳକୁ ନଇଁଥିଲା |କେଜ୍ରିୱାଲ ତାକୁ ଅଟକାଉଥିବା ବେଳେ କେଜ୍ରିୱାଲଙ୍କ ଚଷମା ତଳେ ପଡି ଭାଙ୍ଗି ଯାଇଥିଲା | ଏହାର ମଉକା ନେଇ ଅଭିଯୁକ୍ତ କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗି ଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.