ଚିଲିକା ଡଙ୍ଗାବୁଡି: ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର, ୬ ଗୁରୁତର
2/02/2020 at 7:52 PM

ବାଲୁଗାଁ ୨।୨: ଚିଲିକା ଡଙ୍ଗାବୁଡି ଘଟଣାରେ ସମସ୍ତ ୨୫ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମତ୍ସ୍ୟଜୀବି ଓଡ୍ରାଫ ସହାୟତାରେ ଉଦ୍ଧର କରିଛନ୍ତି। ଦୁର୍ଘଟଣାର ଶିକାର ସମସ୍ତ ଲୋକେ ନିକଟସ୍ଥ ଚନ୍ଦ୍ରପୁର ବଡପୁଟ ଗାଁର ଓ ସେମାନେ କାଳିଜାଇକୁ ଭୋଜି କରିବାକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଡଙ୍ଗାଟି କାଳିଜାଇ ଗଣ୍ଡରେ ହୋଇଥିବା ବେଳେ ପାଣି ପଶିଯିବାରୁ ଓଲଟି ପଡିଥିଲା।

ମିଳିଥିବା ସୂଚନା ଅନୁସାରେ ଗାଁ ଲୋକେ ୩ଟି ଡଙ୍ଗାରେ ଭୋଜି କରିବାକୁ କାଳିଜାଇ ଯାଇଥିଲେ। ଫେରିବା ରାସ୍ତାରେ କାଳିଜାଇ ଗଣ୍ଡରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ସାଙ୍ଗରେ ଥିବା ଆଉ ୨ଟି ଡଙ୍ଗା ଲୋକଙ୍କୁ ଉଦ୍ଧାରକରି କୂଳକୁ ପହ଼ଞ୍ଚାଇଥିଲା। ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆହତଙ୍କ ମଧ୍ୟରେ ମହିଳା ଓ ବୃଦ୍ଧ ଥିବା ଜଣାପଡିଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କହିଛନ୍ତି।