Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଚିଲିକାରେ ନୌକା ଦୁର୍ଘଟଣା, ୫ ଆହତ ୧୮ ନିଖୋଜ

2/02/2020 at 6:46 PM

ବାଲୁଗାଁ ୨।୨:  ଚିଲିକାରେ ପୁଣି ଘଟିଛି ନୌକା ଦୁର୍ଘଟଣା। ପିକ୍‌ନିକ୍‌ କରି କାଳିଜାଇରୁ ନୌକାରେ ଫେରୁଥିବା ଯାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କ ଉଦ୍ଧାର ଲାଗି ଉଦ୍ୟମ ଚଳାଯାଇଛି। ଉଦ୍ଧାର ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।   

ଦୁର୍ଘଟଣା ସୂଚନା ପାଇ ଘଟଣା ସ୍ଥଳରେ ଓଡ୍ରାଫ ଓ ସ୍ଥାନୀୟ ମତ୍ସ୍ୟ ଜୀବି ପହଞ୍ଚି ଉଦ୍ଧାର ପରିଚାଳନା କରୁଛନ୍ତି। ଦୁର୍ଘଟଣା ବେଳେ ନୌକାରେ କେତେ ଯାତ୍ରୀ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ୧୮ ଜଣ ନିଖୋଜ ଥିବା ଆକଳନ କରାଯାଉଥିବାରୁ ୨୩ ଜଣ ଯାତ୍ରୀ ଥିଲେ ବୋଲି ଅନୁମାନ କରାଯାଉଛି।

ଦୁର୍ଘଟଣା କାଳିଜାଇ ଗଣ୍ଡରେ ଘଟିଛି। କିପରି ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବି ସ୍ପଷ୍ଟ ହୋଇନି। କାଳିଜାଇରେ ନୌକା ଦୁର୍ଘଟଣା ନୂଆ କଥା ନୁହେଁ। ଅତୀତରେ ବି ଏଠାରେ ନୌକା ଦୁର୍ଘଟଣା ହୋଇଥିଲା। ତେବେ ପରେ ଚିଲିକାରେ ଯାତ୍ରୀଙ୍କ ପରିବହନ ବେଳେ ଦେଶୀ ଡଙ୍ଗାରେ ଯେଉଁ ସତର୍କତା ଅବଲମ୍ବନ କରାଯିବା କଥା ତାହା କରାଯାଉନଥିବା ଜଣାପଡିଛି।

   Related Posts