Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଚିଲିକାରେ ମାଛ ଧରା ଘେରି ଉଚ୍ଛେଦ, ଏବେ ସୁଦ୍ଧା ୧୫ ହେକ୍ଟର ଜମିରୁ କରାଗଲାଣି ଉଚ୍ଛେଦ

27/11/2021 at 2:34 PM

ଟାଙ୍ଗୀ ୨୭।୧୧: ଚିଲିକାରେ ଚାଲିଛି ମାଛ ଧରା ଘେରି ଉଛେଦ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ, ଚିଲିକା ମତ୍ସ୍ୟ ଅଧିକାରୀ , ଚିଲିକା ତହସିଲଦାର ଏବଂ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଏହି ଉଚ୍ଛେଦ ପ୍ରକ୍ରିୟା ।

ଖବର ଅନୁଯାୟୀ, ଚିଲିକା ତହସିଲ ଅଧିନସ୍ଥ ସୋରଣ-ମାନସିଂହପୁର ଚିଲିକା ମଧ୍ୟରେ ଚାଲିଛି ଜିରୋ ନେଟ୍ ମାଛ ଧରା ଘେରି ଉଛେଦ ପ୍ରକ୍ରିୟା । ବର୍ତ୍ତମାନ ସୁଦ୍ଧା ୧୫ ହେକ୍ଟର ଏରିଆରୁ ଟନ୍-ଟନ୍ ଜିରୋ ନେଟ୍ ମାଛ ଧରା ଜାଲ ଜବତ ହୋଇଥିବା ଚିଲିକା ତହସିଲଦାର ସୂଚନା ଦେଇଛନ୍ତି ।

ତେବେ କେତେକ ମତ୍ସ୍ୟଜୀବୀ ଏହି ଜିରୋ ନେଟ୍ ମାଛଧରା ଜାଲ ଚିଲିକାରେ ବିଛାଇ ରଖିଥିବା ଯୋଗୁଁ ମାଛ ମାନଙ୍କର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଚିଲିକାରେ ଜିରୋନେଟ୍ ମାଛଧରା ଜାଲ ବ୍ୟବହାର ଉପରେ ସରକାର ନିଷିଦ୍ଧା ଦେଶ ଜାରି କରିଛନ୍ତି । କେତେକ ଅମାନିଆ ଏପରି କରୁଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ଏପରି ଉଛେଦ ପ୍ରକ୍ରିୟା କରାଯାଇଛି ବୋଲି ମତ୍ସ୍ୟଜୀବୀ କହିଛନ୍ତି ।

   Related Posts