ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ଚିଲିକା; ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ

Published By : Prameya-News7 Bureau | September 21, 2018 IST

ବ୍ରହ୍ମଗିରି ୨୧/୯ : ଲଗାଣ ବର୍ଷା ଯୋଗୁଁ ଅଶାନ୍ତ ହୋଇପଡିଛି ଚିଲିକା । ଚିଲିକାରେ ଉଚ୍ଚ ଉଚ୍ଚ ଢେଉ ମାରିବାର ଦେଖିବାକୁ ମିଳୁଛି । ଫଳରେ ଅରଖକୁଦାର ମତ୍ସ୍ୟଜୀବୀ ମାନଙ୍କର ଡଙ୍ଗା ଢେଉ ମାଡ଼ରେ ଭାଙ୍ଗୀବାର ସୂଚନା ମିଳୁଛି । ଏବେ ଚିଲିକାର ଉପକୂଳବାସୀ ଭୟବିତ ଅବସ୍ଥାରେ ଅଛନ୍ତି । ଗତକାଲି ରାତିରେ ହୋଇଥିବା ଝଡବର୍ଷାରେ ପୁରୀ ବ୍ରହ୍ମଗିରି ୩୧୬ ଜାତୀୟ ରାଜପଥରେ ଗଛପଡି ରାସ୍ତା ଅବରୋଧ ହୋଇଯାଇଛି । ଫଳରେ ଯାନବାହନ ଚଳାଚଳ ଠପ ହୋଇଯାଇଛି । ବ୍ରହ୍ମଗିରି ଅଗ୍ନିଶ୍ରମ ବିଭାଗ ପହଂଚି ରାସ୍ତାରୁ ଗଛକାଟି ରାସ୍ତା ସଫା କରୁଛନ୍ତି । [gallery ids="44301"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.