ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ

Published By : Prameya-News7 Bureau | December 04, 2021 IST

ଚିଲିକା, ୦୪/୧୨: ମାଡି ଆସୁଛି ବାତ୍ୟା ଜଓ୍ୱାଦ । ମତ୍ସ୍ୟଜୀବୀମାନେ ଚିଲିକାରୁ ଫେରି ଆସିଥିବା ମତ୍ସ୍ୟ ବିଭାଗ ପକ୍ଷରୁସୂଚନା ଦିଆଯାଇଛି । 

ଚିଲିକା ତହସିଲଦାର ଚିଲିକା କୂଳିଆ ତଳି ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ କହିଛନ୍ତି ।ତେବେ ଚାଷୀଙ୍କ ପାଚିଲା ଧାନ ସବୁ ନଷ୍ଟ ହେବାକୁ ବସିଲାଣି । ବାତ୍ୟା ଓ ପବନ ଯୋଗୁଁ କଚ୍ଚା ଘର ମାନଙ୍କରେ ଲୋକମାନେ ନ-ରହିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି । ସେହିପରି ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି ।

ବାତ୍ୟାପୂର୍ବରୁ ଚିଲିକା ଅଞ୍ଚଳର ରାସ୍ତା ଘାଟ ଖାଁ-ଖାଁ ହୋଇଯାଇଛି । ଚିଲିକା କୂଳିଆ ଗାଁର ଲୋକମାନଙ୍କୁ ବିଶେଷକରି ଝୁମ୍ପୁଡି ଘରେ ରହୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି। ଏହାସହ ଉଦ୍ଧାରକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିବା  ତହସିଲଦାର ପୁନମ୍ ମହାପାତ୍ର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.