‘ୟସ୍’ ପ୍ରଭାବରେ ଅଶାନ୍ତ ହେଉଛି ଚିଲିକା, ମା’ କାଳିଜାଇଙ୍କ ମନ୍ଦିର ପାହାଚ ଉପରକୁ ଉଠିଆସିଲା ପାଣି

Published By : Prameya-News7 Bureau | May 25, 2021 IST

ଖୋର୍ଦ୍ଧା ୨୫।୫: ମାଡିଆସୁଛି ବାତ୍ୟା ‘ୟସ୍’ । ବାତ୍ୟା ‘ୟସ୍’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ବୁଧବାର ବାତ୍ୟା ପାରାଦୀପ ଓ ସାଗର ଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି । ତେବେ ବାତ୍ୟା ‘ୟସ୍’ ତାର ପ୍ରଭାବ ଦେଖାଇବା ଆରମ୍ଭ କରିସାରିଲାଣି । ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିଛି । ଅଶାନ୍ତ ହେବାକୁ ଲାଗିଲାଣି ସମୁଦ୍ର । ବାତ୍ୟା ‘ୟସ୍’ ପ୍ରଭାବରେ ଚିଲିକା ହ୍ରଦ ଅଶାନ୍ତ ହେଉଛି । ବାଲୁଗାଁ ନିକଟସ୍ଥ  ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଇଙ୍କ ମନ୍ଦିର ପାହାଚ ଉପରକୁ ଉଠିଆସିଲାଣି ଚିଲିକା ପାଣି । ଚିଲିକାରେ ପବନର ବେଗ ବଢୁଥିବା ବେଳେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଲାଣି ।

{"id":456906,"sizeSlug":"large","linkDestination":"none"}

ବାତ୍ୟା ‘ୟସ୍’ ପ୍ରଭାବରେ ପାରାଦୀପରେ ସର୍ବାଧିକ ବର୍ଷା ହୋଇଛି । ସକାଳ ସୁଦ୍ଧା ପାରାଦୀପରେ ୧୫୧.୫ ମି.ମି. ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୯୭ ଓ ପୁରୀରେ ୪୦ ମି.ମି. ବର୍ଷା ରୋକର୍ଡ ହୋଇଛି । ବାତ୍ୟା ‘ୟସ୍’ ପାରାଦୀପଠାରୁ ୨୮୦, ବାଲେଶ୍ବରଠାରୁ ୩୮୦, ଦୀଘାଠାରୁ ୩୭୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି । ଘଣ୍ଟାପ୍ରତି ୧୭ କି.ମି. ବେଗରେ ଆଗଉଛି ‘ୟସ୍’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.