ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

୭ ଦଫା ଦାବି ନେଇ ଚିଲିକାରେ ମସ୍ୟଜୀବୀଙ୍କ ମହାମେଳି

28/09/2018 at 2:24 PM

କୃଷ୍ଣପ୍ରସାଦ ୨୮/୯ : ଚିଲିକା ଜେଟିରେ ମତ୍ସ୍ୟଜୀବୀଙ୍କ ମହାମେଳି ହୋଇଛି | ଚିଲିକାକୁ ଘେରି ମୁକ୍ତ କରିବାକୁ ମତ୍ସ୍ୟଜୀବୀ ସଂଘ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲା | କିନ୍ତୁ ପ୍ରଶାସନ ନଶୁଣିବାରୁ ଶହ ଶହ ମତ୍ସ୍ୟଜୀବୀ ସଂଘବଦ୍ଧ ହୋଇ ଚିଲିକା ଭିତରେ ପଶିଛନ୍ତି | ପ୍ରଥମେ ନଳବଣକୁ ଦାଖଲ କରି ସେଠାରେ ମାଛ ଧରିଥିଲେ | ପରେ ଚିଲିକାରେ ଥିବା ଜାଲ ଉଛେଦ କରିବାକୁ ସଂଘ ନିଷ୍ପତ୍ତି ନେଇଥିଲା | ମସ୍ୟଜୀବୀଙ୍କ ୭ ଦଫା ଦାବି ନେଇ ପ୍ରତିବାଦ ଏବଂ ଆନ୍ଦୋଳନ ଖବର ପାଇ ଚିଲିକା ନଳବଣରେ ପହଁଚିଲେ ଚିଲିକା ଏସିଏଫ | ଚିଲିକା ଏସିଏଫ ମହେଶ୍ୱର ପଟ୍ଟନାୟକ କୃଷ୍ଣପ୍ରସାଦ ଆଇଆଇସି ଦିଲ୍ଲୀପ ସ୍ୱାଇ ସମେତ ଜଣେ ରେଞ୍ଜର ୧୦ ଜଣ ଫରେଷ୍ଟ ଷ୍ଟାଫ ନିୟୋଜିତ ଅଛନ୍ତି । ଯଦି ମସ୍ୟଜୀବୀ ମାନେ ଯଦି ନଳବଣ ଭିତରେ ପଶି ଆନ୍ଦୋଳନ କରନ୍ତି ତା ହେଲେ ସେମାନଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚିଲିକା ଏସିଏଫ news7 କୁ ସୂଚନା ଦେଇଛନ୍ତି |

   Related Posts