ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଜୁନ୍ ୨ରୁ +୨ ଖାତାଦେଖା ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ମୂଲ୍ୟାୟନ
  • ||
  • ଉଦଳା : ସଂପର୍କରେ ଲାଗିଲା ରକ୍ତର ଛିଟା, ଭାଇକୁ ପିଟି ପିଟି ହତ୍ୟା କଲା ଭାଇ
  • ||
  • ବାରଙ୍ଗ : ନନ୍ଦନକାନନରେ ଆଫ୍ରିକୀୟ ସିଂହ ମୃତ, ବିଷାକ୍ତ ସାପ ଦଂଶନ ସନ୍ଦେହ
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୨ କୋଭିଡ୍ ପଜିଟିଭ୍
  • ||

ଚିଲିକାରେ ଘାଟ ବିବାଦର ହେଲା ସମାଧାନ ,କାଲିଠୁ ଚଳାଚଳ କରିବ ଭସାପୋଲ ଓ ଘାଟଡଙ୍ଗା ।

4/09/2018 at 6:25 PM

କୃଷ୍ଣପ୍ରସାଦ ୪|୯: ଶେଷରେ ସମାଧାନର ବାଟ ବାହାରିଲା । କାଲିଠାରୁ ଚିଲିକାରେ ଚାଲିବ ଭସାପୋଲ ଓ ଘାଟ ଡଙ୍ଗା ।ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି । ଜିଲ୍ଲାପ୍ରଶାସନ ସହ ମଏଁଷା ଗ୍ରାମବାସୀ, ଘାଟ ଡଙ୍ଗା ଚାଳକ ଓ ଜହ୍ନିକୁଦା ଡଙ୍ଗା ଚାଳକଙ୍କ ଆଲୋଚନା ପରେ ବିବାଦ ସମାଧାନ ହୋଇଛି । ଆଗାମୀ ଦିନରେ ଘାଟକୁ ନେଇ ବିବାଦ ଉପୁଜିବ ନାହିଁ ବୋଲି ଉଭୟ ପକ୍ଷ ନିଷ୍ପତ୍ତି ନେଇଛନ୍ତି । ମଏଁଷାର ଘାଟ ଡଙ୍ଗା ଚାଳକ ଓ ଜହ୍ନିକୁଦାର ସ୍ଥାନୀୟ ଡଙ୍ଗା ଚାଳକଙ୍କ ମଧ୍ୟରେ ଯାତ୍ରୀ ପରିବହନକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦର ସମାଧାନ ନହେବାରୁ କାଲି ମଏଁଷା ଲୋକେ ମଝି ଚିଲିକାରେ ଜଳପଥ ଅବରୋଧ କରିଥିଲେ । ଏନେଇ ଜିଲ୍ଲା ପ୍ରଶାସନ ସହ ଆଜି ବୈଠକ ହେବାକୁ ଥିବା ବେଳେ ମଏଁଷା ଗ୍ରାମବାସୀ ମଝି ଚିଲିକରେ ସମାଧାନ ପାଇଁ ଅଡିବସି ପୁଣି ଭସାପୋଲ ଛାଡିନଥିଲେ । ଫଳରେ ଗତକାଲି ଭଳି ଅଚଳା ଅବସ୍ଥା ଲାଗି ରହିଥିଲା । ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।
ଦୀର୍ଘ ସମୟ ଧରି ଏପରି ଅଚଳାବସ୍ଥା ଲାଗି ରହିବା ପରେ ପ୍ରଶାସନ ପହଞ୍ଚି ମଏଁଷା ଲୋକଙ୍କୁ ବୁଝାସୁଝା କରିଥିଲେ । ଶେଷରେ ପ୍ରଶାସନର କଥା ମାନି ଆଲୋଚନା ପାଇଁ ସାତପଡା ଆସିଥିଲେ ମଏଁଷା ଗ୍ରାମବାସୀ ଓ ସ୍ଥାନୀୟ ଡଙ୍ଗା ଚାଳକ । ସାତପଡାଠାରେ ଜିଲ୍ଲା ପ୍ରଶାସନ, ମଏଁସା ଗାଁ ଲୋକେ ଓ ଜହ୍ନିକୁଦାର ଘରୋଇ ଡଙ୍ଗା ଚାଳକ ବିବାଦର ସମାଧାନ ନେଇ ଆଲୋଚନା କରିଛନ୍ତି । ଏଥିରେ ବ୍ରହ୍ମଗିରି ବିଧାୟକ ମଧ୍ୟ ଉପସ୍ଥିତ ଥିଲେ ।
ବୈଠକରେ ପୁରୀ ଉପଜିଲ୍ଲାପାଳ, ଏସଡିପିଓ, ତହସିଲିଦାର, ବିଡିଓ, କୃଷ୍ଣପ୍ରସାଦ ଆଇଆଇସି ପ୍ରମୁଖ ଯୋଗ ଉପସ୍ଥିତ ଥିଲେ ।ବିବାଦ ସମାଧାନ ହେବା ପରେ ଯାତ୍ରୀ ଆଶ୍ବସ୍ତ ହୋଇଛନ୍ତି

   Related Posts