ଚିଲିକାରେ ପକ୍ଷୀ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ

Published By : Prameya-News7 Bureau | November 08, 2021 IST

ଖୋର୍ଦ୍ଧା ୮।୧୧: ସାମାଜିକ ସଂଗଠନ ପ୍ରେରଣା ପକ୍ଷରୁ ଚିଲିକାକୁ ଆସୁଥିବା ପକ୍ଷୀମାନଙ୍କୁ ସ୍ବାଗତ, ବୃକ୍ଷ ରୋପଣ ସହ ପକ୍ଷୀ ଶିକାର ନ କରିବା ନେଇ ସଭା ଓ ଶୋଭାଯାତ୍ରା କରାଯାଇଛି । ଏ ନେଇ ମଙ୍ଗଳାଯୋଡିର ପକ୍ଷୀ ବିହାରରେ କଲେଜ ବିଦ୍ୟାର୍ଥିମାନଙ୍କୁ ନେଇ ସଚେତନତା ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସଭାରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଜଟଣୀ ବିଧାୟକ ସୁର ରାଉତରାୟ ଟାଙ୍ଗି ବନାଞ୍ଚଳ ବନ୍ୟପ୍ରାଣୀ ବିଭାଗର ବନାଞ୍ଚଳ ଅଧିକାରୀ ଚୁଡାମଣି ମୁର୍ମୁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଏଥିରେ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରେରଣା ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଛି । ଚିଲିକାରେ ପକ୍ଷୀମାନଙ୍କୁ ସୁରକ୍ଷାକୁ ନେଇ ସଚେତନତା ଓ ଚିଲିକାର କୂଳରେ ପ୍ରେରଣା ପକ୍ଷରୁ ବନୀକରଣ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀମାନେ ସ୍ବାଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.