Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ବଢୁଛି ସଂକ୍ରମିତଙ୍କ ସଂଖ୍ୟା, ଚିଲିକା ବରୁଣପଡା ଗାଁ ୭ ଦିନ ସଟ୍ ଡାଉନ୍

20/08/2020 at 9:44 AM

ଟାଙ୍ଗୀ ୨୦।୮: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ମାନସିଂପୁର ପଞ୍ଚାୟତର ବରୁଣପଡା ଗ୍ରାମରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ମାତ୍ର ୩ ଦିନରେ ୩୫ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଗାଁରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଚିଲିକା ତହସିଲଦାର, ବିଡିଓ ଓ ସ୍ଥାନୀୟ ସରପଞ୍ଚ  ଆଲୋଚନା କରିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ  ସଂପୃକ୍ତ  ବରୁଣପଡା ଗ୍ରାମକୁ ୭ ଦିନ ପାଇଁ  ସଟ୍ ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । 

ଆଜି ଅର୍ଥାତ୍ ୨୦ ତାରିଖ ଅପରାହ୍ନ ୨ଟାରୁ ୨୭ତାରିଖ ଅପରାହ୍ନ ୨ଟା ଯାଏଁ ବରୁଣପଡା ଗାଁ ହୋଇଛି ସଟ୍ ଡାଉନ୍ । ଗାଁରୁ କେହି ବାହାରକୁ ଯିବେ ନାହିଁ, କିମ୍ବା ବାହାର ଗାଁରୁ କେହି ଏହି ଗାଁକୁ ଆସିବା ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ କ୍ଷମତା ପାଇଥିବା ସ୍ଥାନୀୟ ସରପଞ୍ଚ ।

 ଯଦି କେହି ଏହି ନିୟମ ଉଲଂଘନ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଜରିଆରେ ଘୋଷଣା କରାଯାଇଛି।

   Related Posts