ବିନା ମାସ୍କରେ ମହିଳାଙ୍କ ସହ ସେଲଫି ନେଲେ ଏହି ଦେଶର ରାଷ୍ଟ୍ରପତି, ଲାଗିଲା ଅଢେଇ ଲକ୍ଷ ଟଙ୍କାର ଫାଇନ

Published By : Prameya-News7 Bureau | December 20, 2020 IST

ନୂଆଦିଲ୍ଲୀ, ୨୦୧୨ସେଲଫି ନେଇ ଫସିଗଲେ ଏହି ଦେଶର ରାଷ୍ଟ୍ରପତି । କରୋନା କଟକଣା ନଥିବାରୁ ଗଣିଲେ ଫାଇନ୍ । ଚିଲିରେ କରୋନା ପାଇଁ କଡା ନିୟମ ଲାଗୁ କରାଯାଇଛି । ସର୍ବସାଧାରଣ ସ୍ଥାନରେ କଟକଣା ନମାନିଲେ ଫାଇନ ଦେବାକୁ ପଡୁଛି ।

ଏହାମଧ୍ୟରେ ଚିଲି ରାଷ୍ଟ୍ରପତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାପରେ ରାଷ୍ଟ୍ରପତି ସେବାଷ୍ଟିୟନ ପିନେରା କ୍ଷମା ମାଗିଛନ୍ତି । ସେ କହିଛନ୍ତି ଯେ, ଘର ପାଖରେ ଥିବା ଏକ ସମୁଦ୍ର କୂଳରେ ସେ ଚାଲୁଥିଲେ । ଏତିକି ବେଳେ ଜଣେ ମହିଳା ଆସି ତାଙ୍କ ସହ ସେଲଫି ନେଇଥିଲେ ।

ସେଲଫିରେ ରାଷ୍ଟ୍ରପତି ଓ ମହିଳା ପାଖାପାଖି ଥିବା ନଜର ଆସିଥିଲା । ଉଭୟ ମାସ୍କ ପିନ୍ଧିନଥିଲେ । ଗତବର୍ଷ ଚିଲିରେ ଅସମାନତାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ସମୟରେ ରାଷ୍ଟ୍ରପତି ପିଜ୍ଜା ପାର୍ଟି କରୁଥିବା ଫଟୋ ଭାଇରାଲ ହେବା ପରେ ବିବାଦ ବଢିଥିଲା ।

{"id":380023,"sizeSlug":"large","linkDestination":"none"}

ବିନା ମାସ୍କରେ ଜଣେ ଅଜଣା ମହିଳାଙ୍କ ସହ ବିଚରେ ସେଲଫି ପାଇଁ ଚିଲି ରାଷ୍ଟ୍ରପତିଙ୍କ ଉପରେ ୨,୫୭,୬୨୪ ଟଙ୍କାର ଫାଇନ୍ ଲାଗିଛି । ଶୁକ୍ରବାର ହିଁ ଜରିମନା ଲାଗିଥିବା ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ଚିଲିରେ ଏବେସୁଦ୍ଧା ୫ ଲକ୍ଷ ୮୧ ହଜାର କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୧୬ ହଜାରରୁ ଅଧିକ ଜୀବନ ହାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.