ମଝି ଆକାଶରୁ ବିମାନ ଗାୟବ, ମିଳୁନି ୩୮ ଯାତ୍ରୀଙ୍କ ସନ୍ଧାନ

Published By : Prameya-News7 Bureau | December 10, 2019 IST

ଚିଲି : ଚିଲିରୁ ଆଣ୍ଟାର୍କଟିକା ଯାଉଥିବା ଏକ ସାମରିକ ବିମାନ ମଝି ଆକାଶକୁ ଉଭାନ ହୋଇଯାଇଛି। ବିମାନଟି ଦକ୍ଷିଣ ଚିଲିର ପୁନ୍ତା ଏରିନାସ ବିମାନ ବନ୍ଦରରୁ ଉଡିବାର ୧ଘଣ୍ଟା ୧୮ ମିନିଟ୍ ପରେ ଗ୍ରାଉଣ୍ଡ ସମ୍ପର୍କ ଛିନ୍ନ ହୋଇଥିଲା। ଏଣୁ ବିମାନ ନିଖୋଜ ନେଇ ଚିଲି ଏୟାରଫୋର୍ସ ଅନ୍ତର୍ଜାତୀୟ ଏଜେନ୍ସୀଙ୍କୁ ସୂଚିତ କରିଥିବା ବେଳେ ଦୀର୍ଘ ୨୦ ଘଣ୍ଟା ପରେ ମଧ୍ୟ ବିମାନର ସନ୍ଧାନ ମିଳି ନାହିଁ।

{"id":196114,"sizeSlug":"large"}

ନିଖୋଜ ବିମାନଟି ଚିଲି ଏୟାରଫୋର୍ସର ସି-୧୩୦ ହର୍କ୍ୟୁଲସ ପରିବହନ ବିମାନ ବୋଲି ଜଣାପଡିଛି। ସୋମବାର ସ୍ଥାନୀୟ ସମୟ ଅପରାହ୍ଣ  ୪ଟା ୫୫ ମିନିଟ୍‌ରେ ବିମାନ ୩୮ ଜଣ ସୈନ୍ୟ କର୍ମଚାରୀଙ୍କୁ ନେଇ ଆଣ୍ଟାର୍କଟିକା ଏଡୱାର୍ଡ ଫ୍ରେଇ ମୋଣ୍ଟାଲୋଭା ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ତେବେ ମଝି ଆକାଶରେ ବିମାନର ଗ୍ରାଉଣ୍ଡ ସମ୍ପର୍କ ବିଛିନ୍ନ ହୋଇଯାଇଥିଲା।

{"id":196115,"sizeSlug":"large"}

ବିମାନରେ ମୋଟ ୧୭ ଚାଳକ ଦଳ ସଦସ୍ୟ ଓ ୨୧ ଜଣ ଯାତ୍ରୀ ଥିଲେ। ବିମାନଟି ରୁଟିନ ସପୋର୍ଟ ଓ ମେଣ୍ଟେନାନ୍ସ ମିସନରେ ଯାଇଥିବା ବେଳେ ଏବେ ମଧ୍ୟ ବିମାନର କୌଣସି ସୂଚନା ମିଳିନାହିଁ।  ତେବେ ମଝି ଆକାଶରୁ ବିମାନ ନିଖୋଜ ହେବା କିଛି ନୂଆ କଥା ନୁହେଁ। ଅତୀତରେ ମାଲେସିୟାର ଏକ ଯାତ୍ରୀବାହି ବିମାନ ନିଖୋଜ ହୋଇଯାଇଥିବା ବେଳେ ଏ ପର୍ଯ୍ୟନ୍ତ ବିମାନର କୌଣସିସୂଚନା ମିଳିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.