Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କରୋନା ଇଫେକ୍ଟ : ନିଜ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିର ରିହରସାଲ କଲେ ମହିଳା, ଖର୍ଚ୍ଚ କଲେ ହଜାର ହଜାର ଟଙ୍କା

15/05/2021 at 8:43 AM

ବ୍ରାଜିଲ୍ ୧୫/୫: କରୋନା ସହ ଲଢୁଛି ସାରା ବିଶ୍ୱ । ତେବେ ଏହି ମାହାମାରୀ ଏବେ ଲୋକଙ୍କ ମାନସିକ ସ୍ଥିତିକୁ ବେଶ୍ ପ୍ରଭାବିତ କରିଛି । ଏମିତିକି ଲୋକେ ବଞ୍ଚିଥାଉ ବଞ୍ଚିଥାଉ ନିଜର ମୃତ୍ୟୁର ରିହରସାଲ କରୁଛନ୍ତି । ଚିଲିର ଜଣେ ମହିଳା ନିଜର ନକଲି ଅନ୍ତିମ ସଂସ୍କାର କରିଛନ୍ତି । ପୂର୍ବରୁ ମହିଳା ଜଣକ ତାଙ୍କର ସମସ୍ତ ବନ୍ଧୁଙ୍କୁ ଡାକି ତାଙ୍କ ଯୋଜନା ବିଷୟରେ କହିଥିଲେ।

ଆଶ୍ଚର୍ଯ୍ୟର କଥା ମହିଳା ଜଣଙ୍କ ତାଙ୍କର ନକଲି ଅନ୍ତିମ ସଂସ୍କାର ପାଇଁ ୭୧୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୭୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି । ଚିଲିର ସାଣ୍ଟିଆଗୋରେ ରୁହନ୍ତି ୫୯ ବର୍ଷୀୟ ମାଇରା ଆଲୋନଜୋ । ଗତ କିଛି ଦିନ ହେବ ସେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ସେ ଚିନ୍ତାରେ ପଡିଯାଇଥିଲେ । ଏମିତି ଭାବି ଭାବି ସେ ତାଙ୍କ ନିଜ ଅନ୍ତିମ ସଂସ୍କାର ବିଷୟରେ ଚିନ୍ତା କରୁଥିଲେ । ଏଥିପାଇଁ ମାଇରା ତାଙ୍କ ଅନ୍ତିମ ସଂସ୍କାର ପାଇଁ ରିହର୍ସାଲ କରିବାକୁ ଚିନ୍ତା କଲେ ।

ବନ୍ଧୁମାନଙ୍କୁ ଏହି ଅଦ୍ଭୁତ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇଲେ । ଡୋମିନିକାନ୍ ନ୍ୟୁଜ୍ ସାଇଟ୍ ଲିଷ୍ଟିନ ଡିଆରୋଙ୍କ ଅନୁଯାୟୀ, ମାଇରା ତାଙ୍କ ମକ୍ ଅନ୍ତିମ ସଂସ୍କାର ସମୟରେ କିଛି ଘଣ୍ଟା ପାଇଁ କଫିନରେ ବି ଶୋଇପଡିଥିଲେ। ସେ ଏହି କଫିନ୍ କୁ ଗୋଟିଏ ଦିନ ପାଇଁ ଭଡା କରିଥିଲେ କେବଳ ଏତିକି ନୁହେଁ, କଫିନ୍ ନିକଟରେ ଉପସ୍ଥିତ ଥିବା ମାଇରାଙ୍କ ପରିବାର ଏବଂ ସାଙ୍ଗମାନେ କାନ୍ଦିବାର ଅଭିନୟ ବି କରିଥିଲେ ।

ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ଫଟୋ ଉଠାଇଥିଲେ । ଏହି ବିଶେଷ ଉତ୍ସବରେ ମିରା ଏକ ଧଳା ପୋଷାକ ଏବଂ ଫୁଲ ମୁକୁଟ ପିନ୍ଧିଥିଲେ । ଏଥିସହ ସେ ନାକରେ ସୂତା ମଧ୍ୟ ପ୍ରୟୋଗ କରିଥିଲେ, ଯେପରି ସାଧାରଣତ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ସମୟରେ ପ୍ରୟୋଗ କରାଯାଏ । ମିରା ଆଲୋନଜୋ ସମସ୍ତ ବ୍ୟବସ୍ଥା କରିଥିଲେ ଯାହା ସାଧାରଣତ ମର୍ଗରେ ଏକ ମୃତଦେହ ସହିତ କରାଯାଇଥାଏ ।

କିଛି ଲୋକ ସୋସିଆଲ ମିଡିଆରେ ମାଇରା ଆଲୋନଜୋଙ୍କ ଦ୍ୱାରା କରାଯାଇଥିବା ନକଲି ଅନ୍ତିମ ସଂସ୍କାର ବିଷୟରେ ଆଲୋଚନା କରୁଥିବାବେଳେ କିଛି ଲୋକ ଏହାକୁ ବହୁତ ସମାଲୋଚନା କରୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ କହିଛନ୍ତି ଯେ ମାଇରା ପବ୍ଲିସିଟି ଷ୍ଟଣ୍ଟ ପାଇଁ ଏସବୁ କରୁଛି । କାରଣ କରୋନା ଭୂତାଣୁ ଦ୍ୱାରା ନିହତ ଲୋକଙ୍କୁ ସେ ପରିହାସ କରୁଛନ୍ତି ।

   Related Posts