ଛୋଟ ପିଲାଙ୍କ ବଡ କାମ: କରୋନା ସଚେତନତା ପାଇଁ ବୁଲିବୁଲି ବୁଝାଇଲେ, ମାସ୍କ ବାଣ୍ଟିଲେ

Published By : Prameya-News7 Bureau | March 20, 2020 IST

ଭଦ୍ରକ, ୨୦|୦୩:  ମହାମାରୀ କାରୋନା ପାଇଁ ଏବେ ସବୁଠି ସଚେତନତାର ବାର୍ତ୍ତା। ଭଦ୍ରକ ଜିଲ୍ଲା ରେ ମଧ୍ୟ ସଚେତନତା ଜୋରଦାର ହୋଇଛି। କୁନି କୁନି ପିଲା ମଧ୍ୟ ମହାମାରୀ କାରୋନା ପାଇଁ ସଚେତନତା କରୁଛନ୍ତି ।

ଭଦ୍ରକ-ଆନନ୍ଦପୁର ରାସ୍ତାର ବରପଦା ଛକ ନିକଟରେ ସଚେତନତା କରୁଛନ୍ତି କୁନି କୁନି ପିଲା । ହାତରେ କାରୋନା ସମ୍ପର୍କିତ ସଚେତନାତ୍ମକ ପ୍ଲାକାଡ ଧରି ରାସ୍ତା କଡ ରେ ଠିଆ ହୋଇଛନ୍ତି । ତା ସାଙ୍ଗକୁ ଗାଁ ଲୋକେ ମାସ୍କ ବଣ୍ଟନ କରୁଛନ୍ତି। ବାଟଚଳା ଲୋକଙ୍କୁ ହାତ ଧୋଇବାର ବିଧି ବୁଝାଇବା ସହ ହାତ ଧୁଆଉଛନ୍ତି। ଗାଁ ଗହଳିର ଲୋକ ଓ ବୃଦ୍ଧ ଓ ବୃଦ୍ଧାଙ୍କୁ ମଧ୍ୟ ହାତ ଧୁଆଉଛନ୍ତି । ତେବେ ଏହି ପିଲାଙ୍କୁ ଦେଖି ଲୋକେ ସ୍ବତପ୍ରବୃତ୍ତ ଭାବେ ହାତ ଧୋଉଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.