କୋଟା: ଲୋନ ହସ୍ପିଟାଲରେ ଭର୍ତ୍ତି ୨୦ ପ୍ରତିଶତ ଶିଶୁ ପ୍ରାଣ ହରାଇଛନ୍ତି, କାରଣ ଜାଣିଲେ ତାଜ୍ଜୁବ ହେବେ

Published By : Prameya-News7 Bureau | January 05, 2020 IST

ଜୟପୁର ୫।୧: ରାଜସ୍ଥାନ ହସ୍ପିଟାଲମାନଙ୍କରେ ଶିଶୁଙ୍କ ମୃତ୍ୟୁହାର ଏବେ ଚିନ୍ତାଜନକ ହୋଇଛି। ତେବେ କୋଟାସ୍ଥିତ ଜେ.କେ.ଲୋନ ହସ୍ପିଟାଲ ସମସ୍ତ ସୀମା ପାର କରିଛି। ଏହି ହସ୍ପିଟାଲରେ ଆଡମିଟ ହୋଇଥିବା ପ୍ରାୟ ୨୦ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ଦଳଙ୍କ ଯାଞ୍ଚ ରିପୋର୍ଟ ସମସ୍ତଙ୍କୁ ତାଜ୍ଜୁବ କରିଛି। ଏଥିରେ ହସ୍ପିଟାଲରେ ଉପଲବ୍ଧ ବେଡ ସଂଖ୍ୟାରୁ ଶହେ ପ୍ରତିଶତରୁ ଅଧିକ ରୋଗୀଙ୍କୁ ଆଡମିଟ୍ କରାଯାଇଥିବା ବେଳେ ଚିକିତ୍ସା ଲାଗି ସୁବିଧା ସୁଯୋଗର ଅଭାବ ଥିଲା। ଯାହବି ଥିଲା ସେଗୁଡିକ କାମରେ ଆସୁନଥିବାରୁ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁର କାରଣ ହୋଇଛି।  

{"id":207287,"sizeSlug":"large"}

କେନ୍ଦ୍ରୀୟ ଯାଞ୍ଚ କମିଟି ରିପୋର୍ଟ ଅନୁସାରେ ଏଠାରେ ଥିବା ଏସଏନସିୟୁ ୭୭ ପ୍ରତିଶତ ୱାର୍ମର କାମ କରୁନଥିଲା। ଏ ସମ୍ପର୍କରେ ହସ୍ପିଟାଲ ଓ ସ୍ୱାସ୍ଥ୍ୟବିଭାଗ ଅବଗତ ଥାଇ ସୁଧା ସେଗୁଟିକୁ ସଚଳ କରିବାକୁ ଉଦ୍ୟମ କରିନଥିଲେ। ଏହି ସମୟ ମଧ୍ୟ ରେ ହସ୍ପିଟାଲର ଏସଏନସିୟୁରେ ୩ ହଜାର ୮୭ଟି ଶିଶୁଙ୍କୁ ଭର୍ତ୍ତି  ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୨୨ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଛି। ଫଳରେ ଏଠାରେ ଶିଶୁଙ୍କ ମୃତ୍ୟୁ ହାର ୨୦.୨ ପ୍ରତିଶତରୁ ବି ଅଧିକା ବୋଲି ରିପୋର୍ଟରୁ ଜଣାପଡିଛି।

{"id":207288,"sizeSlug":"large"}

ଲୋକେ ଆଶାଭରସାରେ ସେମାନଙ୍କ ଅସୁସ୍ଥ ଶିଶୁଙ୍କୁ ଆଣି ହସ୍ପିଟାଲକୁ ଆସୁଥିବା ବେଳେ ଏଠାରେ ଚିକିତ୍ସା ଲାଗି ଥିବା ଅଚଳ ସୁବିଧା ସୁଯୋଗ ସେମାନଙ୍କ ଶିଶୁର ପ୍ରାଣ ହାନୀର କାରଣ ପାଲଟିଥିଲା। ସୂଚନା ଯୋଗ୍ୟଯେ କୋଟାର ଏହି ହସ୍ପିଟାଲରେ ୩୩ ଦିନରେ ୧୦୫ ଜଣ ଶିଶୁଙ୍କ ମୃତ୍ୟୁ ହେବା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

{"id":207289,"width":577,"height":309,"sizeSlug":"large"}

ଘଟଣା ନାଜରକୁ ଆସିବା ପରେ ଭାରତ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏଥିରୁ ହସ୍ପିଟାଲର ବେଡ ସଂଖ୍ୟା ଠାରୁ ଅଧିକ ୧୮୦ ପ୍ରତିଶତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆବଶ୍ୟକ ଚିକିତ୍ସା ସୁବିଧା ଓ ସୁଯୋଗର ଅଭାବ ଥିଲା। ଯାହା ବି ଥିଲା ସେଗଡିକ ବି କାମରେ ଆସୁନଥିଲେ। ଏଣୁ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟର କାରଣ ପାଲଟିଛି ହସ୍ପିଟାଲ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.