ସ୍କୁଲରେ ପିଲାଙ୍କ ବାସନରେ ବି ରହିଛି ଜାତି: ଏହାକୁ ପୁରାତନ ପରମ୍ପରା କହୁଥିବା ପ୍ରଧାନ ଶିକ୍ଷକ ନିଲମ୍ବିତ

Published By : Prameya-News7 Bureau | September 27, 2021 IST

ମେନପୁରୀ ୨୭/୦୯ : ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଦଲିତ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଖାଇବା ପରେ ନିଜ ବାସନକୁ ଅଲଗା କୋଠରୀରେ ରଖିବାକୁ ପଡିଥାଏ ଯେପରି ଉଚ୍ଚ ଜାତିର ପିଲାମାନେ ବାସନକୁ ଛୁଇଁବେ ନାହିଁ। ଏହାକୁ ପୁରାତନ ପରମ୍ପରା ବୋଲି କହୁଥିବା ପ୍ରଧାନ ଶିକ୍ଷକଙ୍କୁ ସରକାର ନିଲମ୍ବନ କରିଛନ୍ତି। ତେଣୁ ଏହାର ପ୍ରତିବାଦରେ ଗାଁର ଉଚ୍ଚ ଜାତିର ଲୋକମାନେ ନିଜ ପିଲାମାନଙ୍କୁ ସ୍କୁଲ ପଠାଇବା ବନ୍ଦ କରିଦେଇଛନ୍ତି। ସେଥିପାଇଁ ସୋମବାର ଦିନ ମୋଟ ୮୦ ପିଲାଙ୍କ ମଧ୍ୟରୁ ମାତ୍ର ୨୬ ଜଣ ଦଲିତ ପିଲା ସ୍କୁଲକୁ ଆସିଥିଲେ। ଉଚ୍ଚ ଜାତିର ଲୋକେ କହିଛନ୍ତି ଯେ ନିଲମ୍ବିତ ପ୍ରଧାନ ଶିକ୍ଷକ ଫେରିଲେ ହିଁ ସେମାନଙ୍କ ପିଲାମାନେ ସ୍କୁଲ ଯିବେ।

ପ୍ରାଥମିକ ବିଦ୍ୟାଳୟ ଦଉଦାପୁର ପିଲା ଏକାସାଙ୍ଗେ ପଢ଼ନ୍ତି କିନ୍ତୁ ମଧ୍ୟାହ୍ନ ଭୋଜନ କରିବା ପରେ ପିଲାଙ୍କୁ ନିଜ ଜାତି ହିସାବରେ ନିଜ ବାସନ ଅଲଗା ରଖିବାକୁ ପଡିଥାଏ। ବାମ କଡରେ ଦଳିତ ପିଲାଙ୍କ ବାସନ ରଖିବାକୁ ଅଲଗା କୋଠରୀ ଅଛି ଓ ଡାହାଣ କଡରେ ରୋଷେଇ ଘର ଅଛି ଯେଉଁଠି ଉଚ୍ଚ ଜାତିର ଓ ଓବିସି ପିଲା ନିଜ ବାସନ ରଖନ୍ତି। ରୋଷେଇୟାଙ୍କୁ ସବୁ ପିଲାଙ୍କ ବାସନ ସଫା କରିବାକୁ କହିବାରୁ ସେ ରାଗିଯାଇ ଚାକିରୀ ଛାଡି ଦେଲେ।

{"id":518552,"sizeSlug":"full","linkDestination":"none"}

ଉତ୍ତର ପ୍ରଦେଶର ଅନେକ ବିଦ୍ୟାଳୟରେ ଅକ୍ଷୟ ପାତ୍ର ଭଳି ରୋଷେଇ ସେବା ଚଳାଉଥିବା ଏକ ସଂସ୍ଥା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରି ସ୍କୁଲଗୁଡ଼ିକୁ ଗରମ ଖାଦ୍ୟ ଯୋଗାଇଥାଏ। ସେଠାରେ ଏହିଭଳି ସମସ୍ୟା ନାହିଁ। କିନ୍ତୁ ଅନେକ ସ୍କୁଲରେ ଯେଉଁଠାରେ ରୋଷେଇ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି, ସେଠାରେ ପିଲାଙ୍କୁ ଏହିଭଳି ସମସ୍ୟା ହୋଇଥାଏ। ଯଦି ରୋଷେଇୟା ଦଲିତ ହୋଇଥାନ୍ତି ତାହେଲେ ଅନେକ ଉଚ୍ଚ ଜାତିର ପିଲା ସେ ରୋଷେଇ କରିଥିବା ଖାଦ୍ୟ ଖାଇବାକୁ ମନା କରନ୍ତି ଏବଂ ଯଦି ରୋଷେଇ ଉଚ୍ଚ ଜାତିର ହୋଇଥାନ୍ତି ତାହେଲେ  ସେ ଦଲିତ ପିଲାମାନଙ୍କ ପ୍ରତି ଭେଦଭାବ କରନ୍ତି।

ମେନପୁରୀ ଦଉଦାପୁରର ଜନସଂଖ୍ୟା ପ୍ରାୟ ଦେଢ଼ ହଜାର। ଏମାନଙ୍କ ମଧ୍ୟରୁ ପ୍ରାୟ ୬୫୪ ପ୍ରତିଶତ ଆଗୁଆ ଓ ପଛୁଆ ଜାତିର ଲୋକ ଅଛନ୍ତି ଓ ପ୍ରାୟ ୩୫ ପ୍ରତିଶତ ଦଳିତ ଅଛନ୍ତି। ସ୍କୁଲର ଅଭିଯୋଗ ପରେ ଶିକ୍ଷା ବିଭାଗ ରୋଷେଇୟା ଓ ତାଙ୍କ ସହକାରୀଙ୍କୁ ବହିଷ୍କାର କରି ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛି। ଏଥିରେ କ୍ରୋଧିତ ହୋଇ ଆଗକୁ ଏବଂ ପଛୁଆ ଜାତିର ଲୋକମାନେ ନିଜ ପିଲାମାନଙ୍କୁ ସ୍କୁଲକୁ ପଠାଇବା ବନ୍ଦ କରିଦେଇଛନ୍ତି।

{"id":518556,"sizeSlug":"full","linkDestination":"none"}

ରାଜନୀତିରେ ଦଲିତଙ୍କ ପାଇଁ ଯେତେ ଭୋଟ୍ ଥାଉ ନା କାହିଁକି କିନ୍ତୁ ସମାଜରେ ଅନେକ ସ୍ଥାନରେ ଦଉଦାପୁର ପ୍ରାଥମିକ ସ୍କୁଲ ଭଳି ଅବସ୍ଥା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.