ଭଦ୍ରକ ଜିଲ୍ଲାରେ ବଢି ବଢି ଚାଲିଛି ଶିଶୁଙ୍କଠାରେ ପୁଷ୍ଟିହୀନତା, ଗତବର୍ଷ ୫ଶହ ୨୭ ଜଣ ଶିଶୁ ଅପପୃଷ୍ଟିରେ ଶିକାର

Published By : Prameya-News7 Bureau | June 04, 2019 IST

ଭଦ୍ରକ ୪|୬: ଭଦ୍ରକ ଜିଲ୍ଲାରେ ଅପପୁଷ୍ଟିରେ ଶିକାର ଶିଶୁଙ୍କ ସଂଖ୍ୟା ବଢିବଢି ଚାଲିଛି ।   ପ୍ରତି ବର୍ଷ ଏହି ସଂଖ୍ୟା ବଢି ଚାଲିଥିବାକୁ ଏବେ ଚିନ୍ତାଜନକ ସ୍ଥିତି । ସରକାର ଅଙ୍ଗନୱାଡିରେ ପୁଷ୍ଟିକର ଛତୁଆ, ଅଣ୍ଡା ସବୁକିଛି ଦେଉଛନ୍ତି । ତଥାପି କିପରି, କାହିଁକି ଶିଶୁଙ୍କଠାରେ ପୁଷ୍ଟି ହୀନତା ମାତ୍ରା ବଢି ବଢି  ଚାଲିଛି  ? ଆହୁରି ଚିନ୍ତା ଜନକ ହେଲା, ପୁଷ୍ଟିହୀନ ଶିଶୁଙ୍କ ମଧ୍ୟରୁ ଖୁବ୍‌ କମ୍‌ ଶିଶୁଙ୍କୁ ପୁଷ୍ଟି ସାଧନ କେନ୍ଦ୍ରକୁ ଆଣାଯାଉଛି ।  

{"id":119502}

ଭଦ୍ରକ ଜିଲ୍ଲାରେ ବଢି ବଢି ଚାଲିଛି ଶିଶୁଙ୍କଠାରେ ପୁଷ୍ଟିହୀନତା । ଏପ୍ରିଲ୍‌ରେ ଜାରି ସରକାରୀ ରିପୋର୍ଟରେ ଚିନ୍ତାଜନକ ତଥ୍ୟ । ଗତବର୍ଷ  ଭଦ୍ରକରେ ୫ଶହ ୨୭  ଜଣ ଶିଶୁ ଅପପୃଷ୍ଟିରେ ଶିକାର ହୋଇଛନ୍ତି  । ଛତୁଆ , ଅଣ୍ଡା ଓ ପୁଷ୍ଟିକର ଖାଦ୍ୟ ସହ ଏକାଧିକ ଯୋଜନା ସତ୍ତ୍ୱେ ଏତେ ସଂଖ୍ୟକ ଶିଶୁ ପୁଷ୍ଟିହୀନତାର ଶିକାର ହେବା ଉଦବେଗ ଜନକ ନିଶ୍ଚୟ ।

{"id":119501}

ଏପରିକି  ପୁଷ୍ଟିହୀନତା ଯୋଗୁଁ ସାରା ଦେଶରେ ଚର୍ଚ୍ଚିତ ଯାଜପୁରର ନଗଡାର ସ୍ଥିତିଠୁ ଭଦ୍ରକର ସ୍ଥିତି ସଂଘାତିକ । ଆହୁରି ଚିନ୍ତାଜନକ ହେଲା , ପୁଷ୍ଟିହୀନ ଶିଶୁ ସରକାରଙ୍କ ପରିଚାଳିତ ପୁଷ୍ଚି ସାଧନ କେନ୍ଦ୍ରକୁ ଆସୁନାହାନ୍ତି ।  ଏପ୍ରିଲ ମାସରେ  ମାତ୍ର ୧୯ ଜଣ ଓ ମେ ମାସରେ ୧୮ ଜଣ ଶିଶୁ ଆସିଥିଲେ । ପୁଷ୍ଟି ସାଧନ କେନ୍ଦ୍ରରେ ୧୫ରୁ୨୦ ଦିନ ରହିବା ପରେ ସେମାନେ ସୁସ୍ଥ ହୋଇଫେରିଛନ୍ତ ।

{"id":119503}

ସରକାରୀ ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲ୍ଲାର ବାସୁଦେବପୁରରେ  ୮୧, ଭଦ୍ରକରେ ୭୮, ଭଣ୍ଡାରୀପୋଖରୀରେ  ୬୬, ବନ୍ତରେ ୮୫, ଚାନ୍ଦବାଲିରେ ୧୩୫, ଧାମନଗରରେ ୩୯ ଓ ତିହିଡିରେ ୪୩  ଜଣ ଶିଶୁ ଅପପୃଷ୍ଟିରେ ଶିକାର ହୋଇଛନ୍ତି । ଏହି ସଂଖ୍ୟା ପଡୋଶୀ ବାଲେଶ୍ବର ଓ ଯାଜପୁର ଜିଲ୍ଲାଠୁ ଅଧିକ ବୋଲି ରିପୋର୍ଟ କହୁଛି । ତେବେ ପୁଷ୍ଟିହୀନଙ୍କ ସେବା ଯତ୍ନ ନେଇ ସରକାରଙ୍କ ଯୋଜନା ଫଳପ୍ରଦ ବୋଲି ପୁଷ୍ଟିସାଧନ କେନ୍ଦ୍ର ସହ ଜଡିତ କର୍ମଚାରୀ ଓ ଉପଦେଷ୍ଟାଙ୍କ ମତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.