ସାବଧାନ ! ଯଦି ଆପଣଙ୍କ ଶିଶୁ ଟିଭି ଓ ମୋବାଇଲ ଫୋନରେ ସମୟ କଟାଉଛି ଖବର ନିଶ୍ଚିତ ପଢନ୍ତୁ

Published By : Prameya-News7 Bureau | September 25, 2019 IST

ଯଦି ଆପଣଙ୍କ ଶିଶୁ ଦିନସାରା ଟିଭି ଦେଖୁଛି ଅଥବା ମୋବାଇଲରେ ଭିଡିଓ ଗେମ୍ ଖେଳୁଛି ତେବେ ଏବେଠାରୁ ସାବଧାନ ହୋଇଯାଆନ୍ତୁ। ଏକ ଗବେଷଣାରୁ ଏଭଳି ଶିଶୁମାନେ ସ୍କୁଲରେ ଉତ୍ତମ ପ୍ରଦର୍ଶନ କରିପାରୁନଥିବା ଜଣାପଡିଛି। ଶିଶୁଙ୍କ ଏଭଳି ଅଭ୍ୟାସ ସେମାନଙ୍କୁ ପାଠପଢାରେ ଦୁର୍ବଳ କରୁଥିବା ବେଳେ ସ୍କୁଲରେ ପ୍ରାୟତଃ ଅମନଯୋଗୀ ରହୁଛନ୍ତି। ତେବେ ଆସନ୍ତୁ ଜାଣିବା ଟିଭି ଓ ମୋବାଇଲ ସେମାନଙ୍କ ଉପରେ କିପରି ପ୍ରଭାବ ପକାଉଛି।

{"id":162762}

ଏଥିଲାଗି ସ୍ପେନର ଜମି ବିଶ୍ୱବିଦ୍ୟାଳୟରେ ପଢାଉଥିବା ଡା. ମେରିଆ ଏଡେଲେଣ୍ଟେଡୋ ରେନଙ୍କ ନେତୃତ୍ୱରେ ଗବେଷକ ଦଳ ଖାଲି ସମୟ ଟିଭି ଓ ମୋବାଇଲ ସ୍କ୍ରିନରେ କଟାଉଥିବା ପିଲାମାନଙ୍କ ସ୍କ୍ରିନ ବେସଡ୍ ଆକ୍ଟିଭିଟିର ବିଶ୍ଲେଷଣ କରିଥିଲେ। ଏଭଳି ପିଲାମାନେ ଭାଷା ଓ ଗଣିତ କୌଶଳ ସାଧାରଣ ପିଲାଙ୍କଠାରୁ ଖୁବ ଦୁର୍ବଳ ଥିବା ଜଣାପଡିଥିଲା। ଗବେଷକଙ୍କ ଗବେଷଣା ସନ୍ଦର୍ଭ  ଜାମା ପେଡିଟେରିକ୍ସରେ ପ୍ରକାଶିତ ହୋଇଛି। ଏଥିଲାଗି ୨୩ଟି ଦେଶର ୫୮ ଜଣ ଗବେଷକ ଭାଗ ନେଇଥିବା ବେଳେ ସବୁ ବୟସର ପିଲାଙ୍କୁ ଗବେଷଣାରେ ସାମିଲ କରାଯାଇଥିଲା।

{"id":162763}

ଏଥିରୁ ଟିଭି ଦେଖୁଥିବା ପିଲାମାନେ ଗଣିତ କୌଶଳରେ ସାଧାରଣ ପିଲାଙ୍କ ଠାରୁ ପଛେଇ ଯାଉଥିବା ଜଣାପଡିଛି। ସେହିପରି ଟିଭି ସେମାନଙ୍କ ଭାଷା ଜ୍ଞାନକୁ ମଧ୍ୟ ଦୁର୍ବଳ କରୁଥିବା ବୈଜ୍ଞାନିକମାନେ କହିଛନ୍ତି। ଟିଭି ଓ ମୋବାଇଲରେ ସମୟ କଟାଉଥିବା ଯୋଗୁ ପିଲାମାନେ ଅନ୍ୟ ଖେଳକୁଦକୁ ପସନ୍ଦ କରୁନାହାନ୍ତି। ଏଥିଲାଗି ସେମାନଙ୍କୁ ପ୍ରେରିତ କଲେ ମଧ୍ୟ ଖେଳ ପ୍ରତି ସେମାନେ ଋଚି ରହୁନଥିବା ଜଣାପଡିଛି। ତେବେ ପିଲାଙ୍କ ଏଭଳି ଅଭ୍ୟାସ ଜାରି ରହିଲେ ସେମାନେ ସାମାଜିକ କାର୍ଯ୍ୟକଳାପରୁ ଦୂରେଇ ଯିବାର ସନ୍ଦେହ ମଧ୍ୟ ଉପୁଜିଛି। ମୋବାଇଲ ଓ ଟେଲିଭିଜନ ସେମାନଙ୍କ ଉପରେ ମନୋବୈଜ୍ଞାନିକ ପ୍ରଭାବ ପକାଉଥିବା ବେଳେ ସେମାନଙ୍କ ଆଚାର ବ୍ୟବହାର ଓ ପଢାପଢି ବ୍ୟହତ ହେଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.