ମୁସ୍କାନ ଦେଇଛି ଲୁହ : 'ମୁସ୍କାନ ପରୀ'ରେ ଉଦ୍ଧାର ହୋଇଥିବା ଶିଶୁ ଗାଏବ

Published By : Prameya-News7 Bureau | September 04, 2018 IST

କେନ୍ଦୁଝର ଜିଲ୍ଲାରେ ଆରମ୍ଭ ହେଲା ମୁସ୍କାନପରୀ -୨ କାର୍ଯ୍ୟକ୍ରମ ହେଲେ ଏହା ଶିଶୁ ଓ ପରିବାର ମୁହଁରେ ହସ ଫୁଟାଇବା ବଦଳରେ ଶିଶୁ ଓ ବାପା ମାଁଙ୍କୁ ଆଣି ଦେଇଛି ଆଖିରେ ଆଖିଏ ଲୁହ ଓ ଛାତିରେ ଛାତିଏ କୋହ । କେନ୍ଦୁଝର ପୋଲିସ ପକ୍ଷରୁ ରବିବାର ଦିନ ଅର୍ଥ।ତ ୨ ତାରିଖ ଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁସ୍କାନ ପରୀ-(୨) ନାମରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଲା ଚଢାଉ । ଆଉ ସେ ଚଢାଉ ସାଂଘାତିକ ନିର୍ଯ୍ୟାତନା ଠାରୁ କିଛି କମ ନଥିଲା । ଯେଉଠାରୁ ଯେମିତି ଅବସ୍ଥାରେ କୋମଳମତି ଶିଶୁଙ୍କୁ ପାଇଲା ପୋଲିସ ଉଠାଇ ଆଣିଲା ଆଉ ଶିଶୁ ମଙ୍ଗଳ ସମିତୀ ସମ୍ମୁଖରେ ଥିବା ନିଉକଲୋନୀ ସ୍ଥିତ ଆର୍ଶିବାଦ ବୟଜ ହୋମ ରେ ୪୪ ଜଣ କମୋଳମତି ଶିଶୁ ଠୁଙ୍କି ଦେଲା ଓ ପୋଲିସ ବେଶ ଶସ୍ତାବାଃ ବାଃ ସାଉଟିଲା । ହେଲେ ଘଟଣାର କିଛି ସମୟ ପରେ ପୋଲିସର ଅସଲ କାରନାମର ପର୍ଦାଫାଶ ହୋଇଗଲା ଆଉ ତାର ଅସଲ କାରନାମା ଧରା ପଡିଗଲା ଯେତେ ବେଳେ ଯୋଡା ଅନୁଗୁଳରୁ ଉଦ୍ଧାର ହୋଇଥିବା ଦୁଇ ଜଣ ସ୍କୁଲ ପଢୁଆ ପିଲାଙ୍କର ବାପା ମାଁ ଆସି କେନ୍ଦୁଝରରେ ପହଁଚିଲେ । ତାଙ୍କର ଅଭିଯୋଗ ହେଲା ତାଙ୍କର ୮ ବର୍ଷର ପୁଅ ସୁବାସ ଲୋହାର ଟାଟା ଷ୍ଟିଲ ପ୍ରାଇମେରୀ ସ୍କୁଲରେ ତୃତୀୟ ଶ୍ରେଣାରେ ଓ ୧୦ ବର୍ଷର ପୁଅ ଦକ୍ଷୀଣ ହିଲଟପ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ନ୍ତି । ସେପ୍ଟେମ୍ବର ୨ ତାରିଖ ସେଦିନ ରବିବାର ଦିନ ସ୍କୁଲ ଛୁଟି ଥିବାରୁ ଓ ସେମାନେ ଘର ପାଖରେ ବୁଲାବୁଲି ଓ ଖେଳାଖେଳି କରୁଥିବା ସମୟରେ ଯୋଡା ପୋଲିସ ହଠାତ୍ ସେଠାରେ ପହଂଚି ଯାଇ ସେମାନଙ୍କୁ ଉଠାଇ ଆଣିଲା । ସେମାନେ ସୋମବାର ଅର୍ଥ।ତ କାଲି ଆସି କେନ୍ଦୁଝରରେ ପହଁଚିଲେ ଓ ଶିଶୁ ମଙ୍ଗଳ ସମିତିରେ ଦେଖାକରି ଜାଣିବାକୁ ପାଇଲେ ତାଙ୍କ ଶିଶୁମାନେ ନିଉକଲୋନୀ ସ୍ଥିତ ଆଶୀର୍ବାଦ ବଏଜହୋମରେ ଅଛନ୍ତି । ହେଲେ ସେଇଠି ଯାଇ ଦେଖିଲା ବେଳକୁ ତାଙ୍କ ପିଲା ମାନେ ସେଠାରେ ନାହାନ୍ତି, ସେଠାରୁ କୁଆଡେ ଉଭାନ ହୋଇଯାଇଛଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.