ଖେଳୁଥିବା ବେଳେ ପଙ୍କରେ ଫସିଲେ ଛୋଟ ପିଲା, ୩ ମୃତ, ୪ ଆହତ
31/12/2020 at 10:36 PM

ଆଗ୍ରା ୩୧/୧୨: ପୋଖରୀ ପାର୍ଶ୍ବରେ ଥିବା ପଙ୍କରେ ଫସିଲେ ପିଲା। ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ଖେଳୁଥିବା ଅବସ୍ଥାରେ ସେମାନେ ପଙ୍କ ଭିତରେ ଫସିଯାଇଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଆଗ୍ରାରେ ଘଟିଛି।
ଘଟଣାସ୍ଥଳରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ଜେସିବି ଲଗାଇ ପଙ୍କ ବାହାର କରିବା ପରେ ପିଲାମାନଙ୍କୁ ଉଦ୍ଧାର କରାଯାଇଛି। ସେତେବେଳକୁ ୩ ପିଲାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ସିକନ୍ଦରା ପୋଲିସ କହିଛି। ପୋଖରୀ ପାର୍ଶ୍ବରେ ଥିବା ପଙ୍କ ଧସିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ପାଖାପାଖି ୬ ପିଲାଙ୍କୁ ଉଦ୍ଧାର କରିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୩ ଜଣଙ୍କ ଜୀବନ ଯାଇଛି।
ଅନ୍ୟପଟେ ପ୍ରକୃତରେ କେତେ ପିଲା ଖେଳୁଥିଲେ ସେନେଇେ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କିନ୍ତୁ ୩ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଆହତ ଏବେ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି।