ଏହି ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀଙ୍କ ଜନ୍ମ ଦିନରେ ତାଙ୍କ ଛୋଟବେଳର ଫଟୋ ହେଲା ଭାଇରାଲ, ଚିହ୍ନପାରୁ ନାହାନ୍ତି ଲୋକେ, ଆପଣ ଚେଷ୍ଟା କରନ୍ତୁ

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ୪/୧୧: ବଲିଉଡ୍‌ରେ ବହୁ ଅଭିନେତ୍ରୀ ଅଛନ୍ତି। ବଲିଉଡର ପ୍ରତ୍ୟେକ ଅଭିନେତ୍ରୀ ନିଜର ଅଭିନୟ ମାଧ୍ୟମରେ ସେମାନେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତ୍ରୀ ତବୁ ହେଉଛନ୍ତି ଅନ୍ୟତମ। ତବୁ ଆଜି ୪୭ ବର୍ଷ ବୟସରେ ପଦାର୍ପଣ କଲେ। ତବୁଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଂଶସକ ଓ ସଂପର୍କୀୟମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ତବୁଙ୍କ ଜନ୍ମ ଦିନରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଏହି ଫଟୋରେ ଦୁଇଜଣ ପିଲା ଅଛନ୍ତି। ଫଟୋରେ ଥିବା ଦୁଇଜଣଙ୍କ ପିଲାଙ୍କ ପରିଚୟ ଆସନ୍ତୁ ଜାଣିବା।

{"id":179222,"width":575,"height":1054}

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଆଉ କେହି ନୁହନ୍ତି ​‌ ସେ ହେଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ତବୁ ଓ ତାଙ୍କ ବଡ଼ ଭଉଣୀ। ତବୁଙ୍କ ବଡ଼ ଭଉଣୀ ଫାରାହ ନାଜ୍‌ ତାଙ୍କ ଇନଷ୍ଟାଗ୍ରାମ ପେଜରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଦୁଇ ଭଉଣୀଙ୍କ ଫଟୋ ପୋଷ୍ଟ କରି ଫାରାହ କ୍ୟାପ୍ସନରେ ଲେଖିଛନ୍ତି, ହାପି ବାର୍ଥଡ଼େ, ମୋ ପ୍ରିୟ ଭଉଣୀ। ଫାରାହଙ୍କ ଏହି ପୋଷ୍ଟ ଉପ​‌ରେ ବହୁ ଫନି କମେଣ୍ଟ ଆସିଛି।

{"id":179223,"width":577,"height":611}

୧୯୯୪ ମସିହାରେ ପହଲା ପହଲା ପ୍ୟାର ଫିଲ୍ମ ମାଧ୍ୟରେ ତବୁ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। କିନ୍ତୁ ବିଜୟପଥ ଫିଲ୍ମ ତବୁଙ୍କୁ ପ୍ରକୃତ ପରିଚୟ ଦେଇଥିଲା। ଏହି ଦୁଇଟି ଫିଲ୍ମ ଗୋଟିଏ ବର୍ଷରେ ରିଲିଜ ହୋଇଥିଲା। ଏହି ଫିଲ୍ମ ପରେ ତବୁ ଆଉ ପଛକୁ ଚାହିଁ ନାହାନ୍ତି ଆଗକୁ ଆଗୁକୁ ମାଡ଼ି ଚାଲିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.