ଗଣ ଦୁଷ୍କର୍ମର ଶିକାର ମହିଳାଙ୍କ ମୃତ୍ୟୁ ପରେ ବେସାହାରା ଏବେ ପୁଅ ଝିଅ, ମାନସିକ ଭିନ୍ନକ୍ଷମ ବାପା କେମିତି ନେବ ଦାୟିତ୍ବ

Published By : Prameya-News7 Bureau | December 22, 2018 IST

ଜୟପୁର୨୨|୧୨: ଜୀବନ ମରଣ ସହ ୧୫ ଦିନର ସଂଘର୍ଷ ପରେ ଶେଷରେ ଆଖି ବୁଜିଲେ ଜୟପୁର ଶିଆଡିମାଳର ଦୁଷ୍କର୍ମ ପୀଡିତା । ମା ଚାଲିଗଲା । ବାପା ମାନସିକ ରୋଗୀ । କେମିତି ବଞ୍ଚିବେ ୯ ବର୍ଷର ପୁଅ ଆଉ ୫ ବର୍ଷର ଝିଅ ।  ହେଲେ କ୍ଷତି ପୂରଣ ବାବଦକୁ  ମାତ୍ର ୧୦ ହଜାର ଟଂକା ପରିବାର ଲୋକଙ୍କୁ ଦେଇ ଚୁପ୍  ବସିଛି ପ୍ରଶାସନ।

{"id":66364,"width":589,"height":331}

ଦୁନିଆ କଣ ଜାଣିବା ଆଗରୁ ଦୁଇ ଭାଇ-ଭଉଣୀ ମାକୁ ହରାଇଛନ୍ତି ।   ଘରର ମୁରବୀ ବାପା ଅଛନ୍ତି । ହେଲେ ସେ  ମାନସିକି ରୋଗୀ । କେମିତି ବଞ୍ଚିବେ ଦୁଇ ପିଲା ?  ପୁଅର ବୟସ ୯ ବର୍ଷ । ଆଉ ଝିଅକୁ ୫ । ଜୟପୁର ସିଆଡ଼ିମାଳ ଗଣ ଦୁଷ୍କର୍ମ ପୀଡିତା ୧୫ ଦିନର ଜୀବନ ମରଣ ସଂଘର୍ଷ ପରେ ଆଖି ବୁଜିଛନ୍ତି । ମା ଆରପାରିରେ, ବାପା ରୋଗୀ ଲୋକ ।

{"id":66365}

ଏ ଦୁଇ ପିଲାଙ୍କ ଅବସ୍ଥା କଣ ହେଉଥିବ ଆପଣ  ବୁଝିପାରୁଥିବେ ନିଶ୍ଚୟ । ପ୍ରଶାସନ ଶୁଦ୍ଧି କ୍ରିୟା ପାଇଁ ରେଡ କ୍ରସରୁ ୧୦ ହଜାର ଟଙ୍କା ସହାୟତା ଦେଇ ନିଜ ଦାୟିତ୍ବ ସାରିଦେଲା ।ଏବେ ଗାଁ ଲୋକ ଓ ସଂପର୍କୀୟ ମାଗି ଯାଚି ପୀଡିତାଙ୍କ ଶୁଦ୍ଧିକ୍ରିୟା କରୁଥିବା ବେଳେ ଦୁଇ ଶିଶୁଙ୍କ ଥଇଥାନ ଓ କ୍ଷତି ପୂରଣ ଦାବି କରୁଛନ୍ତି ।

{"id":66366}

 ଘଟଣାରେ ୨ ଅଭିଯୁକ୍ତ ରମେଶ ଦଣ୍ଡସେନା ଓ କମଳୁ ଲୋଚନ ଦଣ୍ଡସେନା ତ ଗରିଫ ହୋଇଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ପ୍ରମାଣ ପାଇ ସାରିଛି  ସାଇଣ୍ଟିଫିକ୍ ଟିମ୍ । ପୋଲିସ ବି ତଦନ୍ତ ଜାରି ରଖିଛି । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓ ଜୟପୁର ବିଧାୟକ ପୃଥକ ପୃଥକ ଭାବେ ପୀଡିତାଙ୍କ ପରିବାରକୁ ଭେଟି ସାନ୍ତ୍ବନା ଦେଇଛନ୍ତି। ୨ ପିଲାଙ୍କ ପାଠପଢା ରାଜ୍ୟ ସରକାର ବହନ କରିବା ସହ  ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି  ଜୟପୁର ବିଧାୟକ ।

{"id":66367,"width":586,"height":329}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.