ସ୍ୱର୍ଗୀୟ ବାପାଙ୍କୁ ଚିଠି ଲେଖିଲା ନାବାଳକ ଶିଶୁ, ଡାକବାଲା ମଧ୍ୟ ସ୍ବର୍ଗରେ ପହଂଚାଇଦେଲେ ଚିଠି… ଆଉ ତା ପରେ ଆସିଲା ଚିଠିର ଉତ୍ତର

Published By : Prameya-News7 Bureau | December 14, 2018 IST

ବେଜିଂ୧୪|୧୨: କମ ବୟସରେ ମା ବାପାଙ୍କୁ ହରେଇବା କଷ୍ଟର ଅନୁଭବ କେବଳ ଏଇ ପରିସ୍ଥିତିକୁସାମ୍ନା କରିଥିବା ଅନୁଭବୀ  ହିଁ ବୁଝିପାରିବ। ଅନେକସମୟରେ ଏମିତି ହୋଇଥାଏ ଯେ, ଆମର କେହି ଆତ୍ମୀୟ ସ୍ବଜନହ୍କ ଦେହାନ୍ତ ପରେ ମଧ୍ୟ ଆମେ ବିଶ୍ବାସକରିପାରିନତାଉ ଯେ, ସେ ଆଉ ଇହଧାମରେ ନାହାଁନ୍ତି ବୋଲି । ମନକୁ ଯେତେ ବୁଝାଇଲେ ବି ମନ ବୁଝିନଥାଏ। ଠିକ ଏପରି ଏକ ଘଟଣା ଘଟିଛି ଜଣେ ୭ ବର୍ଷର ଶିଶୁ ସହିତ । ଏହି ଛୋଟ ପିଲାଟି ତା ବାପାଙ୍କୁ ହରେଥିଲେମଧ୍ୟ ବିଶ୍ୱାସ କରିପାରୁନଥିଲା ଯେ,  ବାପା ତା ଆଖପାଖରେ ଆଉ ନାହାଁନ୍ତି ବୋଲି। ତାର ଦୃଢ ବିଶ୍ୱାସ ଥିଲା ଯେ, ତା ବାପା ସ୍ବର୍ଗ ବୋଲି ଗୋଟେଯାଗାକୁ ଯାଇଛନ୍ତି ଆଉ ସେ ନିଶ୍ଚୟ ଫେରିଆସିବେ। ତେଣୁ ସେ ତା ମୃତ ବାପାଙ୍କ ଜନ୍ମଦିନରେ ଶୁଭେଚ୍ଛାଜଣେଇବାକୁ ତାଙ୍କୁ ଚିଠି ମଧ୍ୟ ଲେଖିଥିଲା।

ଆତ୍ମାକୁ ଛୁଇଁଗଲା ଭଳି ପିଲାଟି ତା ବାପାଙ୍କୁ ଚିଠି ଲେଖିଥିଲା। ଆଉ ଠିକଣା ଲେଖାଯିବାସ୍ଥାନରେ ଲେଖାଯାଇଥିଲା ଯେ,  “ମିଷ୍ଚର ପୋଷ୍ଟମ୍ୟାନ”ଆପଣ ଏଇ ଚିଠିଟି ସ୍ୱର୍ଗରେ ପହଁଞ୍ଚେଇ ଦେବେ। ବାପାଙ୍କ ଜନ୍ମଦିନରେ ତାଙ୍କ ପାଇଁ ଚିଠି ଲେଖିଛି।ଚିଠି ପଢିଲେ ବାପା ଫେରିଆସିବେ।

କିଛି ସପ୍ତାହ ବିତିଲା ପରେ ଡାକ ଘରୁ ସୁନ୍ଦର ଭାବେ ଚିଠିର ଉତ୍ତର ମଧ୍ୟ ଆସିଲା। ଡାକବିଭାଗ ଲେଖିଥିଲେ, “ସ୍ୱର୍ଗକୁ ଚିଠି ପଠେଇବା ଖୁବ କଷ୍ଟକର। ରାସ୍ତାରେ ତାରା ମାନେ ବହୁତ ବାଧାବିଘ୍ନ ଆଣିଲା ପରେ ମଧ୍ୟ ଚିଠି ପଠେଇବାରେ ଆମେ ସଫଳ ହେଲୁ।

ବାପାଙ୍କ ପାଇଁ ପିଲାଟିର ଏତେ ଭଲ ପାଇବା ବଦଳରେ ଚୀନର ଏକ ବ୍ୟାଙ୍କ ପିଲାଟିର ପରିବାରକୁସାହାର୍ଯ୍ୟ କରିବାକୁ ଯାଇ ଲୋନ୍ ପ୍ରଦାନ କରିଛି ।  ଏହି ବଡ଼ ପଣିଆ ଓ ଉଦାରତ ସମସ୍ତଙ୍କ ପାଖରେ ଦେଖିବାକୁମିଳିନଥାଏ।

 କିଛି ଦିନ ତଳେ , ଲଂଡନରେ ମଧ୍ୟ ସମାନଭାବେ ଜଣେ ବାପାକୁ ହରାଇଥିବା ନାବାଳକ ତା ବାପାଙ୍କୁ ଜନ୍ମ ଦିନରେ ଶୁବେଚ୍ଚା ଦେବାକୁଚାହିଁଥିଲା ।  ପିଲାଟିର ମା ଏ କଥା ପ୍ରକାଶକରିଛନ୍ତି । ସ୍ୱାମିଙ୍କ ମୃତ୍ୟୁ ପରେ, ପିଲାର ଏଇ ବିଶ୍ୱାସ ଥିଲା ଯେ ତା ବାପା ତାଙ୍କୁ ଛାଡିକୁଆଡେ ଯାଇନାହାନ୍ତି। ସେ ସ୍ୱର୍ଗରେ ରହିବାକୁ ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.