Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଜଗତସିଂହପୁରରେ ବେଆଇନ ନର୍ସିଙ୍ଗ ହୋମରୁ ଶିଶୁ ଚାଲାଣ

28/07/2018 at 7:12 AM

ଜଗତସିଂହପୁର ସହର ମେଡିକାଲ ଛକ ନିକଟରେ ଥିବା ଏକ ଘରୋଇ ଆଚାର୍ଯ୍ୟ ନର୍ସିଂହୋମ ଉପରେ ଗତକାଲି ସିଡବ୍ଲ୍ୟୁସି, ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ମିଳିତ ଚଢାଉ କରି ୨ ଜଣ ଅଜଣା ନବଯାତ ଶୁଶୁଙ୍କୁ ଉଦ୍ଧାର କରିଥିଲେ । ଏହି ଦୁଇ ଶିଶୁଙ୍କୁ ବିଦେଶକୁ ଚଲାଣ ପାଇଁ ଯୋଜନା କରାଯାଉଥିବାର ଖବର ପାଇ ଚଢାଇ କରା ଯାଇଥିଲା । ଶିଶୁ ଦୁହିଁଙ୍କର କୌଣସି ସଠିକ ଦାବିଦାର ନମିଳିବାରୁ ସେମାନଙ୍କୁ ସେଠାରୁ ନିଆଯାଇ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ରଖା ଯାଇଛି । ଆର ପଟେ ଏହି ନର୍ସିଂ ହୋମଟି ବେଆଇନ ଭାବରେ ଚାଲୁଥିବାର ଜଣା ଯାଇଛି । ତେବେ ଏହି ଘଟଣାକୁ ୨ ଦିନ ହେବାକୁ ବସିଥିଲେ ମଧ୍ୟ ଶିଶୁ ମାନଙ୍କର କୌଣସି ପ୍ରକୃତ ଦାବିଦାର ନବାହାରିବା ଘଟଣା ସଂଦେହକୁ ଅଧତ୍କ ଘନିଭୁତ କରିଛି । ଦୁଇ ଶିଶୁଙ୍କର କେହି ଦାବି ଦାର ନମିଳିବାରୁ ଆଜି ସେମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିଆଯାଇ ସ୍ଥାନୀୟ ଶିଶୁ ଆଶ୍ରମରେ ରଖା ଯାଇଛି । ଆରପଟେ ବେଆଇନ ଭାବରେ ଏହି ନସିଂହୋମ ଚାଲିଥିବା ଓ ଏଠାରେ ବେଆଇନ ଭାବରେ ଅଜଣା ଶିଶୁ ମାନଙ୍କୁ ରଖା ଯାଇ ବାହାରକୁ ଚଲାଣ ପାଇଁ ଉଦ୍ୟମ କରା ଯାଉଥିବା ଘଟଣା ପ୍ରଶାସନ ଜାଣିବା ପରେ ମଧ୍ୟ ଏତେ ବେଳ ପର୍ଯ୍ୟନ୍ତ ଏଥିରେ ସଂପୃକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କୌଣସି କାର୍ଯୟାନୁଷ୍ଟାନ ଗ୍ରହଣ କରାଯାଇ ନାହିଁ । ଫଳରେ ଅଭିଯୁକ୍ତ ମାନେ ଖସି ଯିବା ପାଇଁ ସୁଯୋଗ ପାଇବେ ବୋଲି ଆଲୋଚନା ହେଉଛି । ଏହି ବାବଦରେ ଆମ୍ଭେ ଜିଲା ଶିଶୁ ବିକାଶ ଅଧ୍ୟକ୍ଷ, ଜିଲା ସହକାରୀ ମୁଖ୍ୟ ଚିକିତ୍ସା ଅଧତ୍କାରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ସେମାନେ ଖୁବ ଶୀଘ୍ର ଏ ବାବଦରେ ପଦକ୍ଷପ ନିଆଯିବ ବୋଲି କହିଛନ୍ତି ।

   Related Posts