ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡମାରି ପୋଲିସ ଜିମା ଦେଲେ ଗାଁଲୋକେ
12/03/2019 at 9:29 AM

ରାଇରଙ୍ଗପୁର ୧୨/୩ : ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ | ମାଡମାରି ପୋଲିସ ଜିମା ଦେଇଥିଲେ ଗାଁ ଲୋକେ | ରାଇରଙ୍ଗପୁର ଥାନା ପଦ୍ମପୁର ପ୍ରାଥମିକ ବିଦ୍ୟାଳୟର ୨ୟ ଶ୍ରେଣୀ ଛାତ୍ର ମଧୁ ମାଝୀ ଖେଳ ଛୁଟି ସମୟରେ ଘରକୁ ଆସିବାବେଳେ ତାଙ୍କୁ ଜଣେ ଯୁବକ ଜୋର ଜବରଦସ୍ତ ସାଇକଲରେ ବସେଇ ନେବାକୁ ଚେଷ୍ଟା କରୁଥିଲା | ସ୍କୁଲର ରୋଷେୟା ଏହା ଦେଖି ପତି କରିବାରୁ ସ୍ଥାନୀୟ ଲୋକେ ଦୌଡ଼ି ଆସିଥିଲେ |

ସ୍ଥାନୀୟାଲୋକେ ଆସି ଯୁବକକୁ କାବୁ କରି ନିସ୍ତୁକ ମାଡ ମାରିଥିଲେ | ପରେ ପୋଲିସ ଘଟଣା ସମ୍ପର୍କରେ ଖବରପାଇ ଘଟଣାସ୍ଥଳରେ ପହଂଚି ଯୁବକକୁ ଗିରଫ କରିଛି |
Related Posts
ଆଠଗଡ ମହୋତ୍ସବ ପଡିଆରେ ଗଣତନ୍ତ୍ର ଦିବସ ପାଳିତ
26 January 2021