ପିଲା ଚୋର ଗୁଜବ ଭୟଙ୍କର ହେଉଥିବା ବେଳେ ପୋଲିସର ଆକ୍ସନ

Published By : Prameya-News7 Bureau | May 29, 2018 IST

ପିଲା ଚୋର ଗୁଜବ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ପୋଲିସର ଆକ୍ସନ । ସୋରରେ ମାନସିକ ବିକୃତ ମହିଳାଙ୍କୁ ପିଲା ଚୋର ସନ୍ଦେହରେ ନିସ୍ତୁକ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୩ ଜଣଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରୁଛି ପୋଲିସ । ଗତକାଲି ଅନନ୍ତପୁର ରାସ୍ତା ବଳଙ୍ଗ ଛକରେ ଜଣେ ମାନସିକ ବିକୃତ ମହିଳାଙ୍କୁ ପିଲା ଚୋର ଭାବି ମାଡ଼ ମାରିଥିଲେ ଲୋକେ । ମହିଳା ଜଣଙ୍କ ଏକ ବ୍ୟାଗ ଧରି ଯାଉଥିବା ବେଳେ ସ୍ଥାନୀୟ ଲୋକେ ସନ୍ଦେହରେ ତାଙ୍କୁ ଅଟକ ରଖି ମାଡ ମାରିଥିଲେ । ତେବେ ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ମହିଳାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଛଢାଉ କରି ୩ ଜଣଙ୍କୁ ଉଠାଇ ନେଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.